ଅରୁନ୍ଧତୀ ଜୁଏଲର୍ସର ପ୍ରିମିୟମ୍ ଗହଣା ସମ୍ଭାର‘ଅମେୟା’

ସହଜ କିସ୍ତି, ଗିଫ୍‌ଟ କାର୍ଡ ସେବା ଆରମ୍ଭ

ଭୁବନେଶ୍ବର: ଅରୁନ୍ଧତୀ ଜୁଏଲର୍ସ ପକ୍ଷରୁ ନୂଆ ପ୍ରିମିୟମ୍ ଗହଣା ସମ୍ଭାର ‘ଅମେୟା’କୁ ଆଜି ଉନ୍ମୋଚନ କରାଯାଇଛି। ସଂସ୍ଥାର ବ୍ରାଣ୍ଡ୍‌ ଆମ୍ବାସାଡର ତଥା ଓଡ଼ିଆ ସିନେ ଜଗତର ଲୋକପ୍ରିୟ ଅଭିନେତ୍ରୀ ଅର୍ଚ୍ଚିତା ନୂଆ ଗହଣା ସମ୍ଭାରକୁ ଉନ୍ମୋଚନ କରିଛନ୍ତି। ଆଗାମୀ ପାର୍ବଣ ଓ ବିବାହ ଋତୁକୁ ଦୃଷ୍ଟିରେ ରଖି ଦୀର୍ଘ ୫ ମାସର ପ୍ରସ୍ତୁତି ପରେ ୩୦% କମ୍ ଓଜନରେ ଏହି ଗହଣାଗୁଡ଼ିକୁ ସୂଷ୍ମ କାରିଗରୀ ସହ ତିଆରି କରାଯାଇଛି। ଏହା ସହିତ ଆଜି ଅରୁନ୍ଧତୀ ଜୁଏଲର୍ସ ପକ୍ଷରୁ ମାସିକ ସହଜ କିସ୍ତି ଓ ଗିଫ୍‌ଟ କାର୍ଡ ବିଷୟରେ ମଧ୍ୟ ଘୋଷଣା କରାଯାଇଛି। ସଂସ୍ଥା ପକ୍ଷରୁ ୧୦୦୦, ୫୦୦୦ ଓ ୧୦ ହଜାର ଟଙ୍କିଆ ଗିଫ୍‌ଟ କାର୍ଡ, ପେଟିଏମ୍ ଦ୍ବାରା କିଣିବା ବେଳେ ୨୦ ହଜାର ଟଙ୍କା ପର୍ଯ୍ୟନ୍ତ କ୍ୟାସ୍‌ବ୍ୟାକ୍ ଓ ‌ବ୍ୟାଙ୍କ ଡେବିଟ୍ କାର୍ଡରେ କିଣିଲେ ଫ୍ଲାଟ୍‌ ୧୦% ରିହାତି ମିଳିବ ବୋଲି ପ୍ରକାଶ କରାଯାଇଛି। କୋଭିଡ-୧୯ କଟକଣା ଥିବାରୁ ଏହି ଉନ୍ମୋଚନ କାର୍ଯ୍ୟକ୍ରମକୁ ଫେସ୍‌ବୁକ୍, ୟୁଟ୍ୟୁବ୍, ଇନଷ୍ଟାଗ୍ରାମ୍ ଓ ଟ୍ବିଟର୍‌ରେ ସିଧା ପ୍ରସାରଣ କରି ଶୁଭେଚ୍ଛୁ, ପ୍ରଶଂସକ ଓ ଗ୍ରାହକମାନଙ୍କ ସହ ଯୋଡ଼ିହୋଇପାରିଥିବାରୁ ଅରୁନ୍ଧତୀ ଜୁଏଲର୍ସର ପରିଚାଳନା ନିର୍ଦେଶକ ବ୍ରହ୍ମାନନ୍ଦ ମେହେର ସମସ୍ତଙ୍କୁ ଧନ୍ୟବାଦ ଜଣାଇଛନ୍ତି। ଅମେୟା ଗହଣା ସମ୍ଭାରର ସୂକ୍ଷ୍ମ କାରିଗରୀର ଅନୁଭବ ନେବା ପାଇଁ ସେ ସମସ୍ତଙ୍କୁ ଆମନ୍ତ୍ରଣ କରିଛନ୍ତି।

ସମ୍ବନ୍ଧିତ ଖବର