ଅରୁନ୍ଧତୀ ଜୁଏଲର୍ସର ସ୍କ୍ରାଚ୍‌ ଆଣ୍ଡ୍‌ ଓ୍ଵିନ୍‌ ଅଫର୍‌

ଭୁବନେଶ୍ୱର: ଦେଶର ଅଗ୍ରଣୀ ଗହଣା ପ୍ରତିଷ୍ଠାନ ଅରୁନ୍ଧତୀ ଜୁଏଲର୍ସ ପକ୍ଷରୁ ନାରୀତ୍ୱର ଲାବଣ୍ୟକୁ ପାଳନ କରାଯାଉଛି। ଏହି ଅବସରରେ ଗ୍ରାହକମାନଙ୍କୁ ସ୍କ୍ରାନ୍‌ ଆଣ୍ଡ୍‌ ଓ୍ଵିନ ଅଫର ପ୍ରଦାନ କରାଯିବ। ଅରୁନ୍ଧତୀ ଜୁଏଲର୍ସର ଗ୍ରାହକମାନେ ୧୫ ଗ୍ରାମ୍‌ କିମ୍ବା ତା’ଠାରୁ ଅଧିକ ପରିମାଣର ୯୧୬ ସୁନା ଅଳଙ୍କାର ଖରିଦ କରି ହୀରା କାନଫୁଲ, ହୀରା ନାକଫୁଲ, ହୀରା ମୁଦି, ସୁନା ମୁଦ୍ରା, ରୁପା ମୁଦ୍ରା ଓ ଅନେକ ନିଶ୍ଚିତ ଉପହାର ଜିତିପାରିବେ। ଏହି ଅଫର ମେ’ ମାସ ୯ ତାରିଖରୁ ଆରମ୍ଭ ହୋଇ ୨୫ ପର୍ଯ୍ୟନ୍ତ ଚାଲିବ। ଏହି ଅବସରରେ ଗ୍ରାହକମାନେ ଆହୁରି ଅନେକ ସୁବିଧା ମଧ୍ୟ ପାଇବେ। ସେଗୁଡ଼ିକ ହେଉଛି ଗଢ଼ା ମୂଲ୍ୟ ଉପରେ ୨୦୦୦ ଟଙ୍କା ପର୍ଯ୍ୟନ୍ତ ରିହାତି, ୧୫ ହଜାର ଟଙ୍କାର ହୀରା ଗହଣା ଖରିଦ ଉପରେ ମାଗଣାରେ ସ୍ୱର୍ଣ୍ଣ ମୁଦ୍ରା, ପ୍ରତ୍ୟକ ରୁପା ଗହଣା କିଣାକିଣି ଉପରେ ୧୦% ରୁପା ଗହଣା ମାଗଣା, ରୁପା ବାସନର ଗଢ଼ା ମୂଲ୍ୟ ଉପରେ ୩୦% ରିହାତି ଓ ପ୍ରତ୍ୟକ ରୁପାର ଏମ୍‌ଆର୍‌ପି ଓ ବ୍ରାଣ୍ଡେଡ୍‌ ଅଳଙ୍କାର ଉପରେ ୧୦% ରିହାତି ମିଳିବ। ଏହି ଅଫରଗୁଡ଼ିକ ମେ’ ୩୧ ପର୍ଯ୍ୟନ୍ତ ଅରୁନ୍ଧତୀର ସବୁ ଶାଖାରେ ଉପଲବ୍ଧ ହେବ। ଚଳିତ ଆର୍ଥିକ ବର୍ଷରେ ଅନୁଷ୍ଠାନର ୪୨ ଜଣ ଗ୍ରାହକ ଲକ୍ଷପତି ହେବାର ସୁଯୋଗ ପାଇବେ। ଏହି ଅଫର ବିଷୟରେ ଅନୁଷ୍ଠାନର ପରିଚାଳନା ନିର୍ଦେଶକ ବ୍ରହ୍ମାନନ୍ଦ ମେହେର କହିଛନ୍ତି ଯେ, ଗ୍ରାହକମାନଙ୍କୁ ପ୍ରତ୍ୟକ ପର୍ବପର୍ବାଣୀ ଓ ଖୁସିର ମୁହୁର୍ତରେ ସେମାନଙ୍କ ଖୁସିକୁ ଦ୍ୱିଗୁଣିତ କରିବାକୁ ଆମେ ପ୍ରତିଶ୍ରୁତିବଦ୍ଧ।

ସମ୍ବନ୍ଧିତ ଖବର