ଅରୁନ୍ଧତୀ ଜୁଏଲର୍ସର ୨୦ ଗ୍ରାହକ ହେଲେ ଲକ୍ଷପତି

ଭୁବନେଶ୍ବର: ବରଗଡ଼ର ସ୍ବୟଂସିଦ୍ଧା ମଣ୍ଡପ ଠାରେ ଆୟୋଜନ କରାଯାଇଥିବା ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ଅରୁନ୍ଧତୀ ଜୁଏଲର୍ସ ତରଫରୁ ୨୦ ଜଣ ଗ୍ରାହକ ଲକ୍ଷପତି ହୋଇଥିବା ଘୋଷଣା କରାଯାଇଛି। ବଲାଙ୍ଗୀରର ୪, ଭବାନୀପାଟଣାର ଦୁଇ, ଭୁବନେଶ୍ବରର ୬, ସମ୍ବଲପୁରର ୪ ଏବଂ ବରଗଡ଼ର ଚାରି ଜଣ ଗ୍ରାହକ ଲକ୍ଷପତି ହୋଇଛନ୍ତି। ଚଳିତ ବର୍ଷ ଏପ୍ରିଲ୍‌ ୧ରୁ ସେପ୍ଟେମ୍ବର ୨୨ ପର୍ଯ୍ୟନ୍ତ ଯେଉଁ ଗ୍ରାହକମାନେ ୫ ହଜାର ଟଙ୍କାରୁ ଅଧିକ ମୂଲ୍ୟର କିଣାକିଣି କରିଥିଲେ ସେମାନଙ୍କୁ ଲକି ଡ୍ର’ରେ ଭାଗ ନେବାର ସୁଯୋଗ ପ୍ରଦାନ କରାଯାଇଥିଲା। ସେମାନଙ୍କ ମଧ୍ୟରୁ ଏହି ବିଜେତାମାନଙ୍କୁ ଚୟନ କରାଯାଇଛି। ଏହି କାର୍ଯ୍ୟକ୍ରମରେ ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ସୁଶାନ୍ତ ସିଂହ, ବରଗଡ଼ ବିଧାୟକ ଦେବେଶ ଆଚାର୍ଯ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ଅରୁନ୍ଧତୀ ଜୁଏଲର୍ସର ପରିଚାଳନା ନିର୍ଦେଶକ ବ୍ରହ୍ମାନନ୍ଦ ମେହେର ଓ ନିର୍ଦେଶକ ଅଚ୍ୟୁତାନନ୍ଦ ମେହେର ଉପସ୍ଥିତ ଥିଲେ। ଚଳିତ ବର୍ଷର ଦୁଇଟି ପର୍ଯ୍ୟାୟରେ ୫୦ ଜଣଙ୍କୁ ଲକ୍ଷପତି ଘୋଷଣା କରିବାକୁ କଂପାନି ଲକ୍ଷ୍ୟ ରଖିଛି। ଏହି ଅବସରରେ ଫେଷ୍ଟିଭ୍ ଧମାଲ୍ ଅଫର ଘୋଷଣା କରାଯାଇଛି ଯାହା ଅକ୍ଟୋବର ୮ ପର୍ଯ୍ୟନ୍ତ ଚାଲିବ। ଗ୍ରାହକମାନେ ଏହି ଅଫରରେ ଗଢ଼ା ମଜୁରି ଉପରେ ସିଧାସଳଖ ୨୯୯ ଟଙ୍କାର ରିହାତି ପାଇପାରିବେ।

ସମ୍ବନ୍ଧିତ ଖବର