ଭୁବନେଶ୍ବର: ପାର୍ବଣ ଋତୁ ପରିପ୍ରେକ୍ଷୀରେ ଅରୁନ୍ଧତୀ ଜୁଏଲର୍ସ ପକ୍ଷରୁ ନୂଆ ଗହଣା ସମ୍ଭାର ‘ଅର୍କ’କୁ ଉନ୍ମୋଚନ କରାଯାଇଛି। ରାଜ୍ୟର ଗର୍ବ ଓ ଗୌରବ କୋଣାର୍କ ସୂର୍ଯ୍ୟ ମନ୍ଦିରର କଳା, ସ୍ଥାପତ୍ୟ, ସୌନ୍ଦର୍ଯ୍ୟ ଓ ପ୍ରସ୍ତର ଖୋଦେଇ କାରୁକାର୍ଯ୍ୟରୁ ଅନୁପ୍ରାଣିତ ହୋଇ ଏହି ଗହଣାଗୁଡ଼ିକର ଡିଜାଇନ୍ ପ୍ରସ୍ତୁତ କରାଯାଇଛି। ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ଅର୍କ ସମ୍ଭାରକୁ ଉନ୍ମୋଚନ କରାଯାଇଛି। ସେଥିରେ ବିଏମ୍ସି କମିସନର ସୁଲଚନା ଦାସ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ରାଜ୍ୟର କଳା, ସ୍ଥାପତ୍ୟକୁ ବିଶ୍ବ ଦରବାରରେ ପହଞ୍ଚାଇବା ଲାଗି ଅରୁନ୍ଧତୀ ଜୁଏଲର୍ସର ପରିଚାଳନା ନିର୍ଦେଶକ ବ୍ରହ୍ମାନନ୍ଦ ମେହେରଙ୍କ ଉଦ୍ୟମକୁ ସେ ପ୍ରଶଂସା କରିଛନ୍ତି। ଏହି ଅବସରରେ ଶ୍ରୀ ମେହେର ପାର୍ବଣ ଋତୁର ଆକର୍ଷଣୀୟ ଅଫର ମଧ୍ୟ ଘୋଷଣା କରିଛନ୍ତି। ସେଥିରେ ଗ୍ରାହକମାନେ ସୁନା ଗହଣାର ଗଢ଼ା ମଜୁରିରେ ୫୦ ପ୍ରତିଶତ ପର୍ଯ୍ୟନ୍ତ, ହୀରା ମୂଲ୍ୟରେ ୩୦ ପ୍ରତିଶତ ପର୍ଯ୍ୟନ୍ତ ଓ ରୁପା ଗହଣାର ଗଢ଼ା ମୂଲ୍ୟ ଉପରେ ୫୦ ପ୍ରତିଶତ ପର୍ଯ୍ୟନ୍ତ ରିହାତି ପାଇପାରିବେ। ଅରୁନ୍ଧତୀକୁ ରାଜ୍ୟର ସବୁଠୁ ବଡ଼ ବ୍ରାଣ୍ଡ୍ରେ ପରିଣତ କରିଥିବାରୁ ସେ ଗ୍ରାହକମାନଙ୍କୁ ଧନ୍ୟବାଦ ଜଣାଇଛନ୍ତି। ନୂତନ ଭାବେ ଉନ୍ମୋଚନ କରାଯାଇଥିବା ଗହଣା ‘ଅର୍କ’ର ଆନନ୍ଦ ନେବା ଲାଗି ସେ ଆହ୍ବାନ ଦେଇଛନ୍ତି। ଅରୁନ୍ଧତୀ ଜୁଏଲର୍ସ ଦୀର୍ଘ ୨୩ ବର୍ଷ ଧରି ‘ଗ୍ରାହକମାନଙ୍କ ସନ୍ତୋଷରେ ଆମ ଆତ୍ମସନ୍ତୋଷ’ ମନ୍ତ୍ର ନେଇ ବ୍ୟବସାୟ ଜାରି ରଖିଛି।
ଅରୁନ୍ଧତୀ ଜୁଏଲର୍ସର ନୂଆ ଗହଣା ‘ଅର୍କ’
/sambad/media/post_attachments/wp-content/uploads/2022/09/sf54h654shf45f65h4fh65.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)