ଅରୁନ୍ଧତୀ ଜୁଏଲର୍ସର ବ୍ରାଇଡାଲ୍ କଲେକ୍ସନ ରିୱାଜ୍

ଭୁବନେଶ୍ବର: ବିବାହ ଋତୁ ଉପଲକ୍ଷେ ସବୁ ବର୍ଗର ଗ୍ରାହକଙ୍କ ପସନ୍ଦକୁ ଦୃଷ୍ଟିରେ ରଖି ଅରୁନ୍ଧତୀ ଜୁଏଲର୍ସରେ ନୂଆ ବ୍ରାଇଡାଲ୍‌ କଲେକ୍ସନ୍ (ରିୱାଜ୍)ର ଉନ୍ମୋଚନ କରାଯାଇଛି। ବିବାହ ଗହଣାର ଏହି ସୁନ୍ଦର କଲେକ୍ସନରେ ସମସ୍ତ ବର୍ଗର ନୂତନ ଓ ସୁନ୍ଦର କାରିଗରୀ ଭରା ସ୍ୱତନ୍ତ୍ର ଗହଣା ମିଳିପାରିବ। ଭାରତର କୋଣ ଅନୁକୋଣରୁ ଅନୁଭବୀ କାରିଗରମାନଙ୍କ ଦ୍ୱାରା ଏସବୁ ଗହଣା ତିଆରି କରାଯାଇଛି। ଅରୁନ୍ଧତୀ ଜୁଏଲର୍ସର ସମସ୍ତ ଶାଖା ଯଥା ବଲାଙ୍ଗୀର, ଭବାନୀପାଟଣା, ସମ୍ବଲପୁର ଓ ଭୁବନେଶ୍ୱରରେ ଏହି ଗହଣା ଉପଲବ୍ଧ ହେବ। ଏହା ସହିତ ବସନ୍ତ ଋତୁର ଆଗମନରେ ଆରମ୍ଭ ହୋଇଥିବା ସଦା ବସନ୍ତ ଦି ଗୋଲଡେନ ସ୍ମାଇଲ ସେଲଫି ପ୍ରତିଯୋଗିତାର ବିଜେତା ହୋଇଥିବା ବଲାଙ୍ଗୀର ଜିଲ୍ଲାର ପ୍ରେମ ମିଶ୍ରଙ୍କୁ ପୁରସ୍କୃତ କରାଯାଇଥିଲା । ଏହି ଅବସରରେ ଅରୁନ୍ଧତୀ ଜୁଏଲର୍ସର ପରିଚାଳନା ନର୍ଦ୍ଦେଶକ ବ୍ରହ୍ମାନନ୍ଦ ମେହେର ଏବଂ ନିର୍ଦ୍ଦେଶିକା ଅରୁନ୍ଧତୀ ମେହେର ପ୍ରମୁଖ ଯୋଗଦେଇଥିଲେ।

ସମ୍ବନ୍ଧିତ ଖବର