ନୂଆଦିଲ୍ଲୀ: ଚଳିତବର୍ଷ ଏପ୍ରିଲ ମାସରେ ଦେଶରେ ପ୍ରାୟ ୧୬,୨୮,୦୦୦ ଯାନ ବିକ୍ରି ହୋଇଛି। ସେମିକଣ୍ଡକ୍ଟର ଅଭାବ ଏବଂ ଅନ୍ୟାନ୍ୟ ଯନ୍ତ୍ରପାତିର ମୂଲ୍ୟବୃଦ୍ଧି ସତ୍ତ୍ବେ ଏପ୍ରିଲରେ ଯାନ ବିକ୍ରି ମାର୍ଚ୍ଚ ତୁଳନାରେ ୩୭ ପ୍ରତିଶତ ବୃଦ୍ଧି ଘଟିଛି। ଦୁଇ ଚକିଆ ଯାନ, ୩ ଚକିଆ ଯାନ, ବାଣିଜ୍ୟିକ ଯାନ, ଯାତ୍ରୀବାହୀ ଯାନ ଏବଂ ଟ୍ରାକ୍ଟର ଆଦି ବିକ୍ରି ବୃଦ୍ଧି ପାଇଛି। ଦୁଇ ଚକିଆ ଯାନ ବିକ୍ରିରେ ପ୍ରାୟ ୩୮ ପ୍ରତିଶତ ବୃଦ୍ଧି ଘଟି ୧୧.୯୪ ଲକ୍ଷ ୟୁନିଟରେ ପହଞ୍ଚିଛି। ୨୦୨୧ ଏପ୍ରିଲରେ ଦେଶରେ ୮.୬୫ ଲକ୍ଷ ୟୁନିଟ୍ ଦୁଇ ଚକିଆ ଯାନ ବିକ୍ରି ହୋଇଥିଲା। ସେହିଭଳି ୨୦୨୧ ଏପ୍ରିଲରେ ମୋଟ ୨.୧୦ ଲକ୍ଷ ୟୁନିଟ୍ ଯାତ୍ରୀବାହୀ ଯାନ ବିକ୍ରି ହୋଇଥିବାବେଳେ ଚଳିତବର୍ଷ ଏପ୍ରିଲରେ ଏହା ୨.୬୪ ଲକ୍ଷ ୟୁନିଟକୁ ବୃଦ୍ଧି ପାଇଛି। ସେହିଭଳି ତିନି ଚକିଆ ଯାନ ବିକ୍ରି ମଧ୍ୟ ଚଳିତବର୍ଷ ଏପ୍ରିଲରେ ୪୨,୩୯୬ ରହିଛି। ୨୦୨୧ ଏପ୍ରିଲ ତୁଳନାରେ ଏହା ୯୫.୯୧ ପ୍ରତିଶତ ପ୍ରତିଶତ। ମୋଟ ବାଣିଜ୍ୟିକ ଯାନ ବିକ୍ରି ସଂଖ୍ୟା ୨୦୨୧ ଏପ୍ରିଲରେ ୫୧,୫୧୫ ୟୁନିଟ ଥିବାବେଳେ ଚଳିତବର୍ଷ ଏପ୍ରିଲରେ ଏହା ୭୮,୩୯୮କୁ ବୃଦ୍ଧି ପାଇଛି ବୋଲି ଅଟୋମୋବାଇଲ ଡିଲର ସଂଘ ଫାଡା ପକ୍ଷରୁ କୁହାଯାଇଛି।
ଏପ୍ରିଲରେ ୧୬ ଲକ୍ଷ ୨୮ହଜାର ଗାଡ଼ି ବିକ୍ରି
/sambad/media/post_attachments/wp-content/uploads/2021/10/e-vehicle-3.png)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)