ନୂଆଦିଲ୍ଲୀ,: ଏସେଲ୍ ମାଇନିଂ ଆଣ୍ଡ ଇଣ୍ଡଷ୍ଟ୍ରିଜ୍ ଦ୍ୱାରା ଦାଖଲ ହୋଇଥିବା ୨ଟି ଆବେଦନକୁ ଆଜି ସୁପ୍ରମିକୋର୍ଟର ବିଚାରପତି ମଦନ ବି ଲୋକୁର ଏବଂ ବିଚାରପତି ଦୀପକ ଗୁପ୍ତାଙ୍କ ନେଇ ଗଠିତ ଖଣ୍ଡପୀଠ ଖାରଜ କରିଦେଇଛନ୍ତି। କମ୍ପାନିର କାଶିଆ ଓ ଜିଲିଂ ଖଣିର ଜରିମାନା ସମ୍ପର୍କିତ ଯେଉଁ ଡିମାଣ୍ଡ ନୋଟିସ ରାଜ୍ୟ ସରକାରଙ୍କ ଦ୍ୱାରା ଦିଆଯାଇଥିଲା ତାହାକୁ ପ୍ରତ୍ୟାହାର କରିବାକୁ ରାଜ୍ୟ ସରକାରଙ୍କୁ ଆଦେଶ ଦେବାପାଇଁ ପିଟିସନ୍ ଦାଏର କରାଯାଇଥିଲାା ଖଣ୍ଡପୀଠ କମ୍ପାନିର ଆବେଦନକୁ ଖାରଜ କରି ରାଜ୍ୟ ସରକାରଙ୍କ ନିକଟରେ ଫେରାଦ ହେବାକୁ କହିଛନ୍ତି। ଅନ୍ୟ ଏକ ଆବେଦନରେ କମ୍ପାନି ପକ୍ଷରୁ କୁହାଯାଇଥିଲା ଯେ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ମୁତାବକ କୋଇଡା ଖଣିର ଜରିମାନା ବାବଦ ଅର୍ଥରାଶିକୁ ଜମା କରିଦିଆଯାଇଛି। କିନ୍ତୁ କମ୍ପାନିର ଅନ୍ୟ ଖଣିଗୁଡ଼ିକୁ ବନ୍ଦ କରି ଦିଆଯାଇଛିା ତେବେ କମ୍ପାନିର ମ୍ୟାନେଜମେଣ୍ଟ ଗୋଟିଏ ହୋଇଥିବାରୁ ସବୁ ଖଣିର ଜରିମାନା ବାବଦ ବକେୟା ଦେବାକୁ ପଡ଼ିବ ବୋଲି ଖଣ୍ଡପୀଠ କହିଥିଲେ । ସମ୍ପୂର୍ଣ୍ଣ ଅର୍ଥ ବନ୍ଦ ନକଲେ ଖଣି ଖନନ ବନ୍ଦ ରହିବ ବୋଲି କୋର୍ଟ କହିଥିଲୋ
ସୁପ୍ରିମକୋର୍ଟରେ ଏସେଲ୍ ମାଇନିଂ ଆବେଦନ ଖାରଜ
/sambad/media/post_attachments/wp-content/uploads/2018/01/hadiya-love-jihad-case-consent-of-girl-is-important-says-sc.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)