ଏଏସ୍‌ବିଏମ୍‌ର ଏକାଦଶ ସମାବର୍ତ୍ତନ ଉତ୍ସବ

ଭୂବନେଶ୍ୱର: ଏସିଆନ୍‌ ସ୍କୁଲ ଅଫ ବିଜ୍‌ନେସ୍‌ ମ୍ୟାନେଜ୍‌ମେଣ୍ଟ(ଏଏସ୍‌ବିଏମ୍‌)ର ଏକାଦଶ ବାର୍ଷିକ ସମାବର୍ତ୍ତନ ଉତ୍ସବ ଅନୁଷ୍ଠାନ ପରିସରରେ ପାଳିତ ହୋଇଯାଇଛି। ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ଭାରତୀୟ ବିମାନ ବନ୍ଦର କର୍ତୃପକ୍ଷ ଅଧ୍ୟକ୍ଷ ଡ. ଗୁରୁ ପ୍ରସାଦ ମହାପାତ୍ର, ସମ୍ମାନିତ ଅତିଥି ଭାବେ ଆଇଏଫ୍‌ସିଆଇର ଏମ୍‌ଡି ତଥା ସିଇଓ ଡ. ଇ. ଶଙ୍କର ରାଓ ଯୋଗ ଦେଇ ସଫଳ ଛାତ୍ରଛାତ୍ରୀମାନଙ୍କୁ ଅଭିନନ୍ଦନ ଜଣାଇବା ସହ ସେମାନଙ୍କୁ ସମାଜର ସାମଗ୍ରିକ ଉନ୍ନତି ଦିଗରେ ବ୍ରତୀ ହେବା ପାଇଁ ପରାମର୍ଶ ଦେଇଥିଲେ। ଏଏସ୍‌ବିଏମ୍‌ର ବୋର୍ଡ ଅଫ୍‌ ଗଭର୍ଣ୍ଣସର ଚେୟାରମ୍ୟାନ୍‌ ଓ ଇନଫିନିଟି ଗ୍ରୁପର ଚେୟାରମ୍ୟାନ୍‌ ରବୀନ୍ଦ୍ର ଚାମେରିଆ ଉତ୍ସବରେ ପୌରୋହିତ୍ୟ କରିଥିଲେ। ଏଏସ୍‌ବିଏମ୍‌ର ପ୍ରତିଷ୍ଠାତା ନିର୍ଦ୍ଦେଶକ ପ୍ରଫେସର ବିଶ୍ୱଜିତ ପଟ୍ଟନାୟକ ବାର୍ଷିକ ବିବରଣୀ ପାଠ କରି ଥିଲେ। ଉତ୍ସବରେ ଛାତ୍ରୀ ଅଙ୍କିତା ପରିଡ଼ାଙ୍କୁ ଶ୍ରେଷ୍ଠ ଗ୍ରାଜୁଏଟ ପାଇଁ ଇନଫିନିଟି ଗୋଲଡ୍‌ ମେଡାଲ ଓ ବେଷ୍ଟ୍‍ ଅଲରାଉଣ୍ଡର ଗୋଲଡ୍‌ ମେଡାଲ ପ୍ରଦାନ କରାଯାଇଥିଲା। ଏହି ଉତ୍ସବଟିକୁ ପିଜି କାଉନସିଲ୍‌ ଚେୟାରମ୍ୟାନ ପ୍ରଫେସର ଉଦୟନ ଦାସ ପରିଚାଳନା କରିଥିଲେ।

ସମ୍ବନ୍ଧିତ ଖବର