ଏଏସ୍‌ବିଏମ୍‌ରେ ଇମ୍‌କନ୍‌-୨୦୧୮

ଭୁବନେଶ୍ୱର, : ଏସିଆନ୍‌ ସ୍କୁଲ୍‌ ଅଫ୍‌ ବିଜ୍‌ନେସ୍‌ ମ୍ୟାନେଜମେଣ୍ଟ୍‌ (ଏଏସ୍‌ବିଏମ୍‌) ପକ୍ଷରୁ ଅନ୍ତର୍ଜାତୀୟ ମ୍ୟାନେଜମେଣ୍ଟ ସମ୍ମିଳନୀ (ଇମ୍‌କନ୍‌-୨୦୧୮) ଅନୁଷ୍ଠିତ ହୋଇଯାଇଛି। ‘ସ୍ମାର୍ଟ ସଂସ୍ଥା ସୃଷ୍ଟି କରିବା- ବ୍ୟବସାୟକୁ ପୁନଃ ସଂଜ୍ଞାବଦ୍ଧ କରିବା’ ଏହି ସମ୍ମିଳନୀର ମୁଖ୍ୟ ପ୍ରସଙ୍ଗ ରହିଥିଲା। ତିନିଦିନ ବ୍ୟାପୀ ଉତ୍ସବକୁ ବେଙ୍ଗାଲୁରୁ ଉତ୍ତର ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ଡ. ଟି. ଡି. କେମ୍ପାରାଜୁ ପ୍ରଦୀପ ପ୍ରଜ୍ଜ୍ୱଳନ କରି ଉଦ୍‌ଘାଟନ କରିଥିଲେ। ଏଏସ୍‌ବିଏମ୍‌ର ପ୍ରତିଷ୍ଠାତା ତଥା ନିର୍ଦେଶକ ପ୍ରଫେସର ବିଶ୍ୱଜିତ ପଟ୍ଟନାୟକ ସ୍ୱାଗତ ଭାଷଣ ଦେଇଥିବାବେଳେ ଡିନ୍‌ ପ୍ରଫେସର କଲ୍ୟାଣ ଶଙ୍କର ରାୟ ଅତିଥିମାନଙ୍କ ପରିଚୟ ପ୍ରଦାନ କରିଥିଲେ। ଏଥିରେ ପ୍ରମୁଖ ବିଷୟବସ୍ତୁର ବକ୍ତାଭାବେ ଆମେରିକାର ମେଟ୍ରୋପଲିଟାନ ଷ୍ଟେଟ୍‌ ୟୁନିଭର୍ସିଟିର ସଭାପତି ପ୍ରଫେସର ଡ. ଭର୍ଜିନିଆ(ଜିନି) ଆର୍ଥର ଯୋଗଦେଇଥିବାବେଳେ ସମ୍ମାନିତ ଅତିଥି ଭାବେ ଆଇଓ୍ଵାଇଏଫ୍‌ର ନିର୍ଦେଶକ ସୁ ୟୋନ୍‌ କିମ୍‌, ଅଷ୍ଟ୍ରେଲିଆର ନ୍ୟୁକ୍ୟାସେଲ ବିଶ୍ୱବିଦ୍ୟାଳୟର ପ୍ରଫେସର ଡ. ଅସିତ୍‌ ଭଟ୍ଟାଚାର୍ଯ୍ୟ, ଓରିକ୍ଲିନର ଏମ୍‌ଡି ବି. ସି. ମହାନ୍ତି ଯୋଗଦେଇଥିଲେ।

ସମ୍ବନ୍ଧିତ ଖବର