‘ଆଶୀର୍ବାଦ ଅଟାରେ ପ୍ଲାଷ୍ଟିକ୍‌ ଉପାଦାନ ଥିବା ଖବର ମିଥ୍ୟା’

http://sambad.in/?p=102506&preview=true

ଭୁବନେଶ୍ୱର: ଆଇଟିସି କଂପାନି ଦ୍ୱାରା ପ୍ରସ୍ତୁତ ଆଶୀର୍ବାଦ ଅଟାର ଗୁଣାତ୍ମକ ମାନ ବଜାୟ ରହିଛି। ନିକଟରେ ମୁମ୍ବାଇର ଏକ ଏନ୍‌ଏବିଏଲ୍‌ ସ୍ୱୀକୃତିପ୍ରାପ୍ତ ଲାବୋରେଟୋରି ପକ୍ଷରୁ ଆଶୀର୍ବାଦ ଅଟା ସମେତ ଅନ୍ୟ ଲୋକପ୍ରିୟ ଅଟା ବ୍ରାଣ୍ଡ୍‌କୁ ପରୀକ୍ଷା ପାଇଁ ସଂଗ୍ରହ କରାଯାଇଥିଲା। ଏହି ସମସ୍ତ ଅଟାର ନମୁନାରେ ଗ୍ଲୁଟେନ୍‌ର ମାତ୍ରା ଧାର୍ଯ୍ୟ ସୀମା ଭିତରେ ଥିବା କୁହାଯାଇଥିଲା। ଲାବୋରେଟୋରି ପକ୍ଷରୁ ଏହା ମଧ୍ୟ ସ୍ପଷ୍ଟ କରାଯାଇଥିବା ଯେ ଅଟାକୁ ପାଣି ସହିତ ଦଳିବା ବେଳେ ମଣ୍ଡ ଓ ଫାଇବର ବାହାରି ଯାଇଥାଏ ଏବଂ ଯାହା ରହିଯାଇଥାଏ ତାହା ହେଉଛି ଗ୍ଲୁଟେନ୍‌ ଏବଂ ତାହା ପ୍ଲାଷ୍ଟିକ୍‌ ନୁହେଁ। ତେଣୁ, ଏହି ବ୍ରାଣ୍ଡ୍‌କୁ ନେଇ ଗଣମାଧ୍ୟମ, ବିଶେଷ କରି ସୋସିଆଲ୍‌ ମିଡିଆରେ ଯେଉଁ ଅପପ୍ରଚାର ହେଉଛି ତାହା ସମ୍ପୂର୍ଣ୍ଣ ମିଥ୍ୟା ବୋଲି ଜଣାପଡ଼ିଛି। ଏଫ୍‌ଏସ୍‌ଏସ୍‌ଏଆଇର ନିୟମ ଅନୁଯାୟୀ ଅଟାରେ ୬% ଗ୍ଲୁଟେନ୍‌ ରହିବା ଦରକାର। ଏହି ଲୋକପ୍ରିୟ ବ୍ରାଣ୍ଡ୍‌ ବିରୋଧରେ କରାଯାଇଥିବା ଭିତ୍ତିହୀନ ଅଭିଯୋଗକୁ କଂପାନି ପକ୍ଷରୁ ପୂର୍ବରୁ କୋଲକାତାଠାରେ ଭିଡିଓ ପଛରେ ସଂପୃକ୍ତ ଥିବା ଅଜଣା ବ୍ୟକ୍ତିଙ୍କ ବିରୋଧରେ ପୁଲିସରେ ଅଭିଯୋଗ କରାଯାଇଥିଲା। ପୁନଶ୍ଚ, କଂପାନି ପକ୍ଷରୁ ବେଙ୍ଗାଲୁରୁର କୋର୍ଟ ଅଫ୍‌ ସିଟି ସିଭିଲ୍‌ ଆଣ୍ଡ ସେସନ୍ସ ଜଜ୍‌ଙ୍କଠାରେ ମଧ୍ୟ ମାମଲା ଦାୟର କରାଯାଇଛି ଏବଂ ଭିଡିଓକୁ ନେଇ କଂପାନିର ଭାବମୂର୍ତିରେ ହୋଇଥିବା କ୍ଷତିର ଭରଣା ଦାବି କରାଯାଇଛି। ଏହି ମାମଲାର ଶୁଣାଣି କରି କୋର୍ଟ ଏକ ନିର୍ଦେଶ ଜାରି କରିଛନ୍ତି, ଯେଉଁଥିରେ ଗୁଗୁଲ, ୟୁଟ୍ୟୁବ, ଫେସବୁକ୍‌, ଟ୍ଵିଟର ଆଦି ସାମାଜିକ ଗଣମାଧ୍ୟମଙ୍କୁ ଏହି ଭିଡିଓ ପ୍ରସାରଣ କରିବାରୁ ବାରଣ କରିଛନ୍ତି। ଅଦାଲତଙ୍କ ପକ୍ଷରୁ ଇଟଂରନେଟ୍‌ ଏବଂ ସାମାଜିକ ଗଣମାଧ୍ୟମ ପ୍ଲାଟଫର୍ମ ପ୍ରଦାନକାରୀଙ୍କୁ ସମନ ମଧ୍ୟ ଜାରି କରାଯାଇଛି। ଆଶୀର୍ବାଦ ଅଟା ପ୍ରସ୍ତୁତ କରୁଥିବା କଂପାନି ଗ୍ରାହକଙ୍କ ସ୍ୱାର୍ଥକୁ ସର୍ବଦା ଗୁରୁତ୍ୱ ଦେଇଥାଏ। ଆଇଟିସି ଅତି ଯତ୍ନର ସହିତ ୬୫୦୦ ଚୟନ କେନ୍ଦ୍ରରୁ ସାମଗ୍ରୀ ସଂଗ୍ରହ କରିଥାଏ। ପ୍ରତି ବର୍ଷ ଦୁଇଟି ସମୟରେ ଏହା ୪୧୦ରୁ ଅଧିକ ଥର ପରୀକ୍ଷା କରିଥାଏ। ଆଇଏସ୍‌ଓ ୨୨୦୦୦ ସାର୍ଟିଫିକେସନ୍‌ ହାସଲ କରିଥିବା କାରଖାନାରେ କମ୍ପାନି ବିଭିନ୍ନ ଉତ୍ପାଦକୁ ପ୍ରସ୍ତୁତ କରିଥାଏ। ଏଥିସହିତ ଏହା ମଧ୍ୟ ନିଶ୍ଚିତ କରିଥାଏ ଯେ ସମସ୍ତ ଆଇଟିସି ବ୍ରାଣ୍ଡ୍‌ ଭଳି ଆଶୀର୍ବାଦ ଅଟାର ଉତ୍ପାଦନ ପ୍ରକ୍ରିୟା ଏବଂ ଯୋଗାଣ ଶୃଙ୍ଖଳାରେ ଶୁଦ୍ଧତା, ଗୁଣାତ୍ମକ ମାନ, ନିରାପତ୍ତା ଏବଂ ସ୍ୱଚ୍ଛତାର ଉଚ୍ଚ ସ୍ତରକୁ ବଜାୟ ରହୁ।

ସମ୍ବନ୍ଧିତ ଖବର