ଅଶୋକ ଲେଲ୍ୟାଣ୍ଡ୍‌ର, ‘ଦୋସ୍ତ+’ନୁଆ ଉତ୍ପାଦ

ଭୁବନେଶ୍ୱର, : ହିନ୍ଦୁଜା ଗ୍ରୁପ୍‌ର ପ୍ରମୁଖ କଂପାନି ଅଶୋକ ଲେଲ୍ୟାଣ୍ଡ୍‌ ପକ୍ଷରୁ ଏହାର ଲଘୁ ବାଣିଜ୍ୟିକ ଯାନ ‘ଦୋସ୍ତ+’କୁ ଉନ୍ମୋଚନ କରାଯାଇଛି। କଂପାନିର ସଭାପତି ନୀତିନ୍‌ ସେଠ୍‌ ଏହାକୁ ଉନ୍ମୋଚନ କରିଛନ୍ତି। ପୂର୍ବରୁ ଦୋସ୍ତ ନାମରେ କଂପାନିର ଏକ ଗାଡ଼ି ଥିଲା। ପାଓ୍ଵାର ଷ୍ଟିୟରିଂ ସୁବିଧା ଥିବା ଦୋସ୍ତ+ର ମୂଲ୍ୟ ୫ ଲକ୍ଷ ୬୧ ହଜାର ଟଙ୍କାରୁ ଆରମ୍ଭ ହୋଇଛି। ଏହା ଅଧିକ ମାଇଲେଜ୍‌ ପ୍ରଦାନ କରିବ।

ଏହାର ୧୮% ଅଧିକ ପେଲୋଡ୍‌, ୭% ଅଧିକ ଲୋଡିଂ ସ୍ଥାନ ଏବଂ ୧୫ ଇଞ୍ଚର ଟାୟାର ଏହାର ମାଲିକଙ୍କୁ ପ୍ରତିଟି ଟ୍ରିପ୍‌ରେ ଅଧିକ ମୂଲ୍ୟ ପ୍ରଦାନ କରିବ ବୋଲି କଂପାନି ପକ୍ଷରୁ କୁହାଯାଇଛି। ଦୋସ୍ତ+ ପାଇଁ କଂପାନି ଏହାର ଓ୍ଵାରେଣ୍ଟିକୁ ଦ୍ୱିଗୁଣିତ କରିଛି। ଏହା ସହରାଞ୍ଚଳ, ଗ୍ରାମାଞ୍ଚଳ ଏବଂ ଅର୍ଧ ସହରାଞ୍ଚଳ ଭଳି ସବୁ ବଜାରର ଆବଶ୍ୟକତା ପୂରଣ କରିପାରିବ। ଖାଲଖମା ରାସ୍ତାରେ ମଧ୍ୟ ଏହା ବେଶ ଭଲ ଭାବେ ଚାଲିବ। ଏହା ତିନିଟି ଭର୍ସନ ଏବଂ ତିନିଟି ରଙ୍ଗ ବିକଳ୍ପରେ ଉପଲବ୍ଧ ହେଉଛି।

ସମ୍ବନ୍ଧିତ ଖବର