ଦେଶର ପ୍ରଥମ ୫ଜି କଲ୍‌ କଲେ ଅଶ୍ବିନୀ ବୈଷ୍ଣବ

ନୂଆଦିଲ୍ଲୀ: ଆଜି ଟେଲିକମ୍‌ ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ଆଇଆଇଟି ମାଡ୍ରାସ୍‌ରେ ଭାରତର ପ୍ରଥମ ୫ଜି ଅଡିଓ ଓ ଭିଡିଓ କଲ୍‌ କରିଛନ୍ତି। ଏହି ବ୍ୟବସ୍ଥାକୁ ସମ୍ପୂର୍ଣ୍ଣ ରୂପେ ସ୍ବଦେଶୀ ଜ୍ଞାନକୌଶଳରେ ବିକାଶିତ କରାଯିବ। ଏ ସମ୍ପର୍କରେ ମନ୍ତ୍ରୀ ସୋସିଆଲ୍‌ ମିଡିଆ ‘କୁ’ରେ ସୂଚନା ଦେଇଛନ୍ତି। ସେ ଲେଖିଛନ୍ତି ଯେ ନିଜସ୍ବ ୪ଜି ଓ ୫ଜି ପ୍ରଯୁକ୍ତିକୁ ଦେଶରେ ଭିତରେ ବିକାଶିତ ଓ ତିଆରି କରିବା ପାଇଁ ପ୍ରଧାନମନ୍ତ୍ରୀ ଯେଉଁ ଲକ୍ଷ୍ୟ ରଖିଥିଲେ, ତାହା ସାକାର ହୋଇଛି।

ସମ୍ବନ୍ଧିତ ଖବର