ଧନୀ ସଂଖ୍ୟାରେ ଆମେରିକାକୁ ଟପିଲା ଏସିଆ

ବେଜିଂ: ପ୍ରଥମ ଥର ପାଇଁ ଏସିଆର କୋଟିପତି (ବିଲିଓନେୟାର) ସଂଖ୍ୟା ଆମେରିକାଠାରୁ ଅଧିକ ହୋଇଛି। ଚୀନ୍‌ରେ ସର୍ବାଧିକ ୩୧୮ ଜଣ ବିଲିଓନେୟାର ରହିଛନ୍ତି। ଗତବର୍ଷ ସମଗ୍ର ଏସିଆରେ ୧୬୨ ଜଣ ନୂଆ ବିଲିଓନେୟାର ସୃଷ୍ଟି ହୋଇଥିବା ବେଳେ ସେଥି ମଧ୍ୟରୁ ୧୦୧ ଜଣ ହେଉଛନ୍ତି ଚୀନ୍‌ର। ଏସିଆରେ ବିଲିଓନେୟାରଙ୍କ ସଂଖ୍ୟା ୬୩୭ରେ ପହଞ୍ଚିଛି ଯାହା ଆମେରିକାର ୫୬୩ ଜଣ ବିଲିଓନେୟାରଙ୍କଠାରୁ ଅଧିକ। ମାତ୍ର ସମ୍ପତ୍ତି ଦୃଷ୍ଟିରୁ ଏବେ ବି ଆମେରିକୀୟ ଧନୀଙ୍କଠାରୁ ଏସିଆ ବହୁତ ପଛରେ ରହିଛି। ଆମେରିକାର ଧନୀ ବ୍ୟକ୍ତିଙ୍କ ମୋଟ ସମ୍ପତ୍ତି ପରିମାଣ ୨.୮ ଟ୍ରିଲିଅନ୍‌ ଡଲାର ହୋଇଥିବା ବେଳେ ଏସିଆର ଧନୀଙ୍କ ସମ୍ପତ୍ତି ପରିମାଣ ୨ ଟ୍ରିଲିଅନ୍‌ ଡଲାର ମଧ୍ୟରେ ରହିଛି।

ସମ୍ବନ୍ଧିତ ଖବର