ମୁକେଶ ଏସିଆର ଶ୍ରେଷ୍ଠ ଧନୀ

ନୂଆଦିଲ୍ଲୀ: ମୁକେଶ ଅମ୍ବାନି ଏବେ ଏସିଆର ଧନୀ ବ୍ୟକ୍ତି ହୋଇଛନ୍ତି। ପୂର୍ବରୁ ଏହି ସ୍ଥାନରେ ଥିବା ଚୀନ୍‌ କମ୍ପାନି ଆଲିବାବା ଗ୍ରୁପ୍‌ ହୋଲଡିଂ ଲିମିଟେଡର ଜ୍ୟାକ୍‌ ମା’ଙ୍କୁ ମୁକେଶ ପଛକୁ ଠେଲି ପ୍ରଥମ ସ୍ଥାନ ହାସଲ କରିଛନ୍ତି। ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍‌ ଲିମିଟେଡର ସେୟାର ମୂଲ୍ୟରେ ଶୁକ୍ରବାର ୧.୬ ପ୍ରତିଶତ ବୃଦ୍ଧି ହେବା ଯୋଗୁଁ ମୁକେଶଙ୍କ ସମ୍ପତ୍ତି ପରିମାଣ ୪୪.୩ ବିଲିଅନ୍‌ ଡଲାରକୁ ବୃଦ୍ଧି ପାଇଛି। ସେହି ସମୟରେ  ଜ୍ୟାକ୍‌ ମା’ଙ୍କ ସମ୍ପତ୍ତି ୪୪ ବିଲିଅନ ଡଲାରରେ ରହିଛି। ଚଳିତ ବର୍ଷ ମୁକେଶଙ୍କ ସମ୍ପତ୍ତି ୪ ବିଲିଅନ୍‌ ଡଲାରରୁ ଅଧିକ ବଢ଼ିସାରିଲାଣି।

ସମ୍ବନ୍ଧିତ ଖବର