ଜେଟ୍‌ କର୍ମଚାରୀଙ୍କୁ ୧ ମାସର ଦରମା ଦେବାକୁ ଷ୍ଟେଟ୍‌ ବ୍ୟାଙ୍କ୍‌କୁ ନିର୍ଦ୍ଦେଶ ଦେବାକୁ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଲେଖିଲେ ନେସ୍‌ନାଲ୍‌ ଅଭିଏଟର୍‌ ଗାଇଡ୍‌

ନୂଆଦିଲ୍ଳୀ: କିଛି ଦିନ ତଳେ ପରିଚାଳନା ବନ୍ଦ କରିଥିବା ଜେଟ୍‌ ଏୟାର୍‌ଓଏଜ୍‌ର ନେସ୍‌ନାଲ୍‌ ଅଭିଏଟର୍‌ ଗାଇଡ୍‌(ଏନ୍‌ଏଜି) ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଅନୁରୋଧ କରି ଏକ ପତ୍ର ଲେଖିଛନ୍ତି। ସେ ମୋଦୀଙ୍କୁ ଲେଖି କରି କହିଛନ୍ତି ଯେ ସମସ୍ତ କର୍ମଚାରୀମାନଙ୍କୁ ନ୍ୟୂନତମ ଏକ ମାସର ଦରମା ପ୍ରଦାନ କରିବାକୁ କମ୍ପାନିର ଋଣଦାତା ଭାରତୀୟ ଷ୍ଟେଟ୍‌ ବ୍ୟାଙ୍କ୍‌କୁ ନିର୍ଦ୍ଦେଶ ଦିଆଯାଉ।

ଗତ ସଂଧ୍ୟାରେ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଇ-ମେଲ୍‌ କରି ଏୟାର୍‌ଲାଇନ୍‌ର ଡି-ରେଜିଷ୍ଟ୍ରେସନ୍‌ ରୋକିବାକୁ ମଧ୍ୟ ନିବେଦନ କରିଛନ୍ତି। ଏନ୍‌ଏଜ ସଭାପତି କରଣ ଚୋପ୍ରା ଇ-ମେଲ୍‌ କରି ଲେଖିଛନ୍ତି ଯେ ‘କିଙ୍ଗ୍‌ଫିସର୍‌ ଏୟାର୍‌ଲାଇନ୍‌ ବନ୍ଦ ହେବା ବେଳେ କର୍ମଚାରୀମାନେ ଯେଉଁ ଭଳି ଭାବେ ମନସିକ ସ୍ଥିିତି ଦେଇ ଗତି କରିଥିଲେ ତାହା ପୁନଶ୍ଚ ନହେଉ।

ଉଲ୍ଲେଖଯୋଗ୍ୟ, ଆର୍ଥିକ ସମସ୍ୟା ଦେଇ ଗତି କରୁଥିବା ଜେଟ୍‌ ଏୟାର୍‌ଓଏଜ୍‌ର ପରିଚାଳନା ବନ୍ଦ ହୋଇଯିବା ପରେ କମ୍ପାନିର କର୍ମଚାରୀମାନେ ନିଜର ବକେୟା ଦରମା ଟଙ୍କା ଓ ଅନ୍ୟ ପାଉଣା କିପରି ପାଇବେ ଚିନ୍ତାରେ ପଡ଼ିଛନ୍ତି।

ଏ ନେଇ ଶୁକ୍ରବାର କମ୍ପାନିର ମୁଖ୍ୟ କାର୍ଯ୍ୟକାରୀ ଅଧିକାରୀ(ସିଇଓ) କହିଥିଲେ କମ୍ପାନିକୁ ଯେ କେହି ନେଇ ପୁନଶ୍ଚ ଚଳାଇଲେ ଆମେ କର୍ମଚାରୀମାନେ ପୂର୍ଣ୍ଣ ସହଯୋଗ କରିବାର ପ୍ରତିଶ୍ରୁତି ଦେଲେ ମଧ୍ୟ କର୍ମଚାରୀମାନଙ୍କ ବକେୟା ପାଉଣା ବିଷୟରେ କେହି ହେଲେ ପଦୁଟିଏ କହୁନାହାନ୍ତି।

ସମ୍ବନ୍ଧିତ ଖବର