ନୂଆଦିଲ୍ଲୀ: ଦେଶର ଅର୍ଥନୀତିକୁ ଆହୁରି ଦ୍ରୁତ ଗତିରେ ଆଗକୁ ବଢ଼ାଇବା ପାଇଁ ଖର୍ଚ ପରିମାଣ ବଢ଼ାଇବାକୁ ହେବ ବୋଲି ଶିଳ୍ପ ସଂଘ ଆସୋଚାମ୍ ପକ୍ଷରୁ ସରକାରଙ୍କୁ ପରାମର୍ଶ ଦିଆଯାଇଛି। ସରକାରଙ୍କଠାରୁ ବ୍ୟବସାୟ ଜଗତ ଏକ ବଡ଼ ଧରଣର ପଦକ୍ଷେପ ଆଶା କରୁଛି। ବିମୁଦ୍ରାକରଣ ପରେ ସୃଷ୍ଟି ହୋଇଥିବା ପରିସ୍ଥିତି ଏବଂ ସାମଗ୍ରୀ ଓ ସେବା ଟିକସ (ଲାଗୁ) ହେବା ପରେ ଅର୍ଥନୀତି ମାନ୍ଦାବସ୍ଥା ଦେଇ ଗତି କରୁଛି। ଫଳରେ ଦେଶର ଅଭିବୃଦ୍ଧି ହାର ୫.୭% ଭଳି ସ୍ତରକୁ ଖସି ଆସିଛି।
ଆସୋଚାମ୍ର ପରାମର୍ଶ: ଖର୍ଚ ବଢ଼ାଅ
/sambad/media/post_attachments/wp-content/uploads/2017/10/download-2.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)