ଚାଷୀଙ୍କୁ ଆସ୍‌ପି ଏଲ୍‌ ଏମ୍ ପଟେଲ୍ ପୁରସ୍କାର ପ୍ରଦାନ

ମୁମ୍ବାଇ: ଆସ୍‌ପି ଫାଉଣ୍ଡେସନ୍ ପକ୍ଷରୁ ଚାଷ କ୍ଷେତ୍ରରୋ ଉଲ୍ଲେଖନୀୟ ସଫଳତା ହାସଲ କରିଥିବା ଚାଷୀମାନଙ୍କୁ ଆସ୍‌ପି ଏଲ୍‌ ଏମ୍ ପଟେଲ୍‌ ପୁରସ୍କାର ପ୍ରଦାନ କରାଯାଇଛି। ମୁମ୍ବାଇର ମଲାଡ୍‌ ଠାରେ ଆୟୋଜିତ ଏକ ସ୍ବତନ୍ତ୍ର ପୁରସ୍କାର ବିତରଣ ସମାରୋହରେ ଉଦ୍ୟାନ କୃଷି ବର୍ଗରେ ଆସାମର କ୍ଷୁଦ୍ର ଚା’ ଚାଷୀଙ୍କୁ ପୁରସ୍କୃତ କରାଯାଇଛି। ସେହିପରି ମହିଳା ଚାଷୀ ବର୍ଗରେ କର୍ଣ୍ଣାଟକ ଏବଂ ମହାରାଷ୍ଟ୍ରର ଦୁଇ ଜଣ ଚାଷୀଙ୍କୁ ପୁରସ୍କୃତ କରାଯାଇଛି। ଆସ୍‌ପି ଗ୍ରୁପ୍ ଅଫ୍ କଂପାନିଜ୍‌ର ପରିଚାଳନା ନିର୍ଦେଶକ ଶରଦ ପଟେଲ୍ ସ୍ବାଗତ ଭାଷଣ ପ୍ରଦାନ କରିଥିଲେ ଓ ଜତିନ୍ ପଟେଲ୍‌ ଧନ୍ୟବାଦ ଅର୍ପଣ କରିଥିଲେ।

ସମ୍ବନ୍ଧିତ ଖବର