ନୂଆଦିଲ୍ଲୀ : ଅର୍ଥନୀତି ଉପରେ କୋଭିଡ୍-୧୯ର ପ୍ରଭାବ ଚଳିତ ବର୍ଷର ଏପ୍ରିଲ୍-ଜୁନ୍ ତ୍ରୟମାସ ଭିତରେ ଶେଷ ହେବ ନାହିଁ। ଏହାର ପରର୍ବତୀ ସମୟରେ ମଧ୍ୟ ସମସ୍ୟା ଜାରି ରହିବ। ଶିଳ୍ପ ଚାମ୍ବର ଆସୋଚାମ୍ ଓ ପ୍ରାଇମସ୍ ପାର୍ଟନର୍ସ ନାମକ ସଂସ୍ଥା ତରଫରୁ କରାଯାଇଥିବା ସର୍ଭେରୁ ଏହା ଜଣାପଡ଼ିଛି। ଏହି ସର୍ଭେରେ ୩୫୫୦ କଂପାନିକୁ ସାମିଲ କରାଯାଇଛି। ସେମାନଙ୍କ ମଧ୍ୟରୁ ୨୯% କଂପାନି ନିଜର ନିବେଶ ଯୋଜନାକୁ ରଦ୍ଦ କରିବା କିମ୍ବା ସ୍ଥଗିତ ରଖିବା ଉପରେ ବିଚାର କରୁଥିବା କହିଛନ୍ତି। ଅଧାରୁ ଅଧିକ କଂପାନି କହିଛନ୍ତି ଯେ, କରୋନା ମୁକାବିଲା ଲାଗି ସରକାର ଘୋଷଣା କରିଥିବା ପଦକ୍ଷେପ ଶିଳ୍ପ ଜଗତ ପାଇଁ ଯଥେଷ୍ଟ ନୁହେଁ। ସର୍ଭେରେ ଭାଗ ନେଇଥିବା ୧୧% କଂପାନି କହିଛନ୍ତି ଯେ ସରକାରୀ ଘୋଷଣାର ପ୍ରଭାବ ରହିବ। ଏହି ସର୍ଭେ ସଂକ୍ରାନ୍ତରେ ପ୍ରାଇମସ୍ ପାର୍ଟନର୍ସର ସହ ପ୍ରତିଷ୍ଠାତା ନିଳୟ ବର୍ମା କହିଛନ୍ତି ଯେ, ସରକାରଙ୍କ ବାର୍ତା ସ୍ପଷ୍ଟ ହେବା ଦରକାର। କେବଳ କ୍ଷୁଦ୍ର ସଂସ୍ଥା ନୁହେଁ ବୃହତ ସଂସ୍ଥାର ସମସ୍ୟା ପ୍ରତି ମଧ୍ୟ ଧ୍ୟାନ ଦେବାକୁ ପଡ଼ିବ। ଉତ୍ପାଦନ ବନ୍ଦ ରଖିଥିବା ବଡ଼ କଂପାନିଗୁଡ଼ିକ କର୍ମଚାରୀଙ୍କୁ ଦରମା ଦେବା ଲାଗି ସଂଘର୍ଷ କରୁଛନ୍ତି। କରୋନା ସଙ୍କଟ ଦୂର କରିବା ଲାଗି ୧୦-୧୬ ଲକ୍ଷ କୋଟି ଟଙ୍କାର ପ୍ୟାକେଜ୍ ଘୋଷଣା କରିବାକୁ ଆସୋଚାମ୍ ଦାବି କରିଛି।
ଜୁନ୍ ପରେ ବି ସମସ୍ୟା ରହିବ: ଆସୋଚାମ୍
/sambad/media/post_attachments/wp-content/uploads/2020/04/assocham.png)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)