ଆସ୍ଥା ସ୍କୁଲ ଅଫ୍‌ ମ୍ୟାନେଜମେଣ୍ଟ୍‌ ପକ୍ଷରୁ ପ୍ରକଳ୍ପ-୨୦୧୭

ଭୁବନେଶ୍ୱର: ଆସ୍ଥା ସ୍କୁଲ ଅଫ୍‌ ମ୍ୟାନେଜମେଣ୍ଟ ପକ୍ଷରୁ  ରାଜ୍ୟସ୍ତରୀୟ ସମର ଇଣ୍ଟର୍ଣ୍ଣସିପ୍‌ ପ୍ରତିଯୋଗିତାର ଚତୁର୍ଥ ସଂସ୍କରଣ ‘ପ୍ରକଳ୍ପ-୨୦୧୭’ ଅନୁଷ୍ଠିତ ହୋଇଯାଇଛି। ଏହି ପ୍ରତିଯୋଗିତାରେ ରାଜ୍ୟର ୫୦ରୁ ଅଧିକ ମ୍ୟାନେଜମେଣ୍ଟ ପ୍ରତିଷ୍ଠାନର ଛାତ୍ରଛାତ୍ରୀ ଯୋଗଦେଇଥିଲେ। ଏଥିରେ ବିଚାରକଭାବେ କ୍ୟାପଟେନ୍‌ କେ. ଏସ୍‌. ଭି. ସୁବ୍ରମଣିଅନ୍‌, ସଞ୍ଜୟ ଆଦ୍‌ଲେଖା ଏବଂ ପ୍ରଫେସର ଡ. ଶର୍ମିଳା ସୁବ୍ରମଣିଅନ୍‌ ଯୋଗଦେଇ ଥିବାବେଳେ ମୁଖ୍ୟ ଅତିଥିଭାବେ ନାଲ୍‌କୋର ଜେନେରାଲ ମ୍ୟାନେଜର (ଏଚ୍‌ ଆଣ୍ଡ୍‌ ଏ) ଅମୀୟ ପଟ୍ଟନାୟକ ଯୋଗଦେଇଥିଲେ। ଶ୍ରୀ ପଞ୍ଚମୁଖୀ ଏଜୁକେସନାଲ ଏବଂ ଚାରିଟେବୁଲ୍‌ ଟ୍ରଷ୍ଟର ସମ୍ପାଦକ ଇଂ ବଙ୍କିମ ମହାନ୍ତି ଓ ଅନ୍ୟ ଟ୍ରଷ୍ଟି ବୃନ୍ଦ ଯୋଗଦେଇ ବିଜେତାଙ୍କୁ ୧୦ ହଜାର ଟଙ୍କା ଓ ଉପବିଜେତାଙ୍କୁ ୫ ହଜାର ଟଙ୍କା ସହ ଟ୍ରଫି ଓ ମାନପତ୍ର ପ୍ରଦାନ କରିଥିଲେ।  ଏହି ପ୍ରତିଯୋଗିତାକୁ  ପ୍ରଫେସର ଜିନାଶିଷ ମହାନ୍ତି, ପ୍ରଫେସର ବିପୁଲ କୁମାର ଓ ପ୍ରଫେସର ଅରୂପ ଗୋସ୍ୱାମୀ ପରିଚାଳନା କରିଥିଲେ।

ସମ୍ବନ୍ଧିତ ଖବର