ଗ୍ରାହକମାନଙ୍କ ରୁଚିକୁ ନଜରରେ ରଖି କାର ନିର୍ମାଣ କରୁଥିବା କମ୍ପାନିମାନେ ବିଭିନ୍ନ ମଡେଲର ସୌଖୀନ କାରମାନ ନିର୍ମାଣ କରିବାରେ ଲାଗିଛନ୍ତି। ଇତିମଧ୍ୟରେ ଲକଜ୍ୟୁରିୟସ୍ ସ୍ପୋର୍ଟସ୍ କାର୍ ନିର୍ମାଣକାରୀ କମ୍ପାନୀ ଆଷ୍ଟନ୍ ମାର୍ଟିନ୍ ଏକ ନୂତନ ମଡେଲର କାରକୁ ଭାରତୀୟ ବଜାରରେ ପ୍ରବେଶ କରିଛି। ଏହି ନୂତନ ମଡେଲ କାର୍ଟି ଘଣ୍ଟାକୁ ପ୍ରାୟ ୩୧୫ କିଲୋମିଟର ବେଗରେ ଗତି କରିବା ସହ ଭାରତୀୟ ବଜାରରେ ଏହାର ମୂଲ୍ୟ ୨.୮୬ କୋଟି ଟଙ୍କା ରହିଛି।
/sambad/media/post_attachments/wp-content/uploads/2018/10/A-fa-300x168.jpeg)
ଲକଜ୍ୟୁରିୟସ୍ ସ୍ପୋର୍ଟସ୍ କାର୍ ନିର୍ମାଣକାରୀ କମ୍ପାନୀ ଆଷ୍ଟନ୍ ମାର୍ଟିନ୍ ଭାଣ୍ଟେଜର ଲେଟେଷ୍ଟ ମଡେଲର କାରକୁ ଭାରତରେ ଲଂଚ କରିଛି । ଏହା ପୂର୍ବରୁ ୨୦୧୬ ମସିହାରେ କମ୍ପାନୀ ଡିବି-୧୧କୁ ଭାରତରେ ଲଂଚ କରିଥିଲା । ବହୁ କିଛି ନୂଆ ଖାସିଅତ୍ ସହ ଏହାକୁ ଭାରତରେ ଲଂଚ କରାଯାଇଛି । ଏଥିରେ ପ୍ରଥମଥର ପାଇଁ ଇଲେକ୍ଟ୍ରୋନିକ୍ ରିୟର୍ ଡିଫରେନସିୟଲ ରହିଛି ।
/sambad/media/post_attachments/wp-content/uploads/2018/10/aston-martin-vantage_lime-essence_22-300x200.jpg)
ଗାଡି ଭିତରେ ଟଚସ୍କ୍ରିନ୍ ଡିସପ୍ଲେ ରହିଛି । ହାଲୁକା ଷ୍ଟ୍ରକଚର୍ ଯୋଗୁଁ ଅଧିକ ଶକ୍ତିଶାଳୀ ହେବା ସହ ଏହାର ଡିଜାଇନ୍ ଫ୍ଲାଗସିପ୍ ଡିବି-୧୧ ଏବଂ ଭଲକାନରୁ ଇନ୍ସପାୟାର ହୋଇଥିବା ସୂଚନା ରହିଛି । ତେବେ ଏହି କାରର୍ ସ୍ପିଡ୍ ୩୧୫ କିଲୋମିଟର ପ୍ରତି ଘଂଟା ବୋଲି କମ୍ପାନୀ ଦାବି କରିଛି । ଆଷ୍ଟନ ମାର୍ଟିନ୍ ଲଂଚ କରିଥିବା ଏହି କାରର ମୂଲ୍ୟ ଭାରତୀୟ ବଜାରରେ ୨.୮୬ କୋଟି ଟଙ୍କା । ତେବେ କୁହାଯାଉଛି ଯେ ଭାରତରେ ନିଜର ସ୍ଥିତି ମଜଭୁତ କରିବା ପାଇଁ କମ୍ପାନୀ ପ୍ରସ୍ତୁତି ଆରମ୍ଭ କରିଛି ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2018/10/2019-aston-martin-vantage-launched-in-india..3f.jpg)
