ହ୍ବାଟ୍‌ସଆପ୍‌ ଗ୍ରୁପ୍‌ କଲ୍‌ରେ ୮ ଜଣ ଯୋଡ଼ି ହୋଇପାରିବେ

ନୂଆଦିଲ୍ଲୀ: ଫେସବୁକ୍‌ ମାଲିକାନାରେ ଥିବା ହ୍ବାଟସ୍‌ଆପ୍ ପକ୍ଷରୁ ଗ୍ରୁପ୍ କଲ୍‌ରେ ଯୋଡ଼ି ହେଉଥିବା ଲୋକଙ୍କ ସଂଖ୍ୟା ଦ୍ବିଗୁଣିତ କରାଯାଇଛି। ପୂର୍ବରୁ ଗ୍ରୁପ୍‌ କଲ୍‌ରେ ସର୍ବାଧିକ ୪ ଜଣ ଲୋକ ଯୋଡ଼ି ହୋଇପାରୁଥିଲେ। ସେହି ସଂଖ୍ୟାକୁ କଂପାନି ୮ ଜଣଙ୍କ ପର୍ଯ୍ୟନ୍ତ ବୃଦ୍ଧି କରିଛି। ଅର୍ଥାତ ହ୍ବାଟସ୍‌ଆପ୍‌ରେ ଏବେ ଏକକାଳୀନ ୮ ଜଣ ଗ୍ରୁପ୍ କଲ୍‌ରେ ଯୋଡ଼ି ହୋଇପାରିବେ। ଫେସବୁକ୍‌ରେ ଏକ ପୋଷ୍ଟ୍‌ ଲେଖି ଏହାର ପ୍ରତିଷ୍ଠାତା ମାର୍କ ଜୁକରବର୍ଗ ହ୍ବାଟସ୍‌ଆପ୍ ଗ୍ରୁପ୍‌ କଲ୍‌ରେ କରାଯାଇଥିବା ପରିବର୍ତ୍ତନ ବିଷୟରେ ସୂଚନା ଦେଇଛନ୍ତି। ସେ ଲେଖିଛନ୍ତି ଯେ, କଲ୍ କରିବା ଲାଗି ଦୈନିକ ୭୦ କୋଟିରୁ ଅଧିକ ଲୋକ ‌ହ୍ବାଟସ୍‌ଆପ୍ ଓ ମେସେଞ୍ଜରକୁ ବ୍ୟବହାର କରୁଛନ୍ତି। କୋଭିଡ୍‌-୧୯ ବ୍ୟାପିବା ପରଠାରୁ କଲ୍‌ ପରିମାଣ ଦ୍ବଗୁଣିତ ହୋଇଛି। ନିଜ ପରିବାର ଓ ବନ୍ଧୁ ପରିଜନଙ୍କ ସହିତ ଯୋଗାଯୋଗରେ ରହିବା ଲାଗି ଆମେ ଗ୍ରୁପ୍ ଭିଡିଓ କଲ୍‌ରେ ଭାଗ ନେଉଥିବା ଲୋକଙ୍କ ସଂଖ୍ୟାକୁ ୪ରୁ ବଢ଼ାଇ ୮ କରିଛୁ ବୋଲି ଜୁକରବର୍ଗ ଜଣାଇଛନ୍ତି।

ସମ୍ବନ୍ଧିତ ଖବର