ଷ୍ଟେଟ୍‌ ବ୍ୟାଙ୍କ ଏଟିଏମ୍‌ରୁ ଦିନକୁ ୨୦ ହଜାର ଟଙ୍କା ଉଠାଇ ହେବ

ନୂଆଦିଲ୍ଲୀ: ଆସନ୍ତାକାଲି (ବୁଧବାର) ଠାରୁ ଭାରତୀୟ ଷ୍ଟେଟ ବ୍ୟାଙ୍କ ଏହାର କେତେକ ନିର୍ଦ୍ଦିଷ୍ଟ ବର୍ଗର ଏଟିଏମ ଧାରୀଙ୍କ ପାଇଁ ଟଙ୍କା ଉଠାଣ ନିୟମକୁ ବଦଳାଇଛି। କ୍ଲାସିକ୍ ଓ ମାଏଷ୍ଟ୍ରୋ ଡେବିଟ୍‌ କାର୍ଡଧାରୀଙ୍କ ପାଇଁ ଦୈନିକ ଟଙ୍କା ଉଠାଣ ସୀମା ଏବେ ୪୦ ହଜାର ଟଙ୍କା ଥିବାବେଳେ ୩୧ ତାରିଖରୁ ଏହା ୨୦ ହଜାର ଟଙ୍କାକୁ କମିବ। ତେବେ ଦୈନିକ ଅଧିକ ପରିମାଣର ଟଙ୍କା ଉଠାଣ ଆବଶ୍ୟକ କରୁଥିବା ଗ୍ରାହକମାନେ ଅନ୍ୟ କାର୍ଡ ପାଇଁ ଆବେଦନ କରିପାରିବେ ବୋଲି ଷ୍ଟେଟ ବ୍ୟାଙ୍କ ପକ୍ଷରୁ କୁହାଯାଇଛି। ଅନ୍ୟ ଡେବିଟ୍ କାର୍ଡଧାରୀଙ୍କ ପାଇଁ ଏଟିଏମ୍‌ରୁ ଟଙ୍କା ଉଠାଣ ସୀମା ଅପରିବର୍ତ୍ତିତ ରହିବ।

ସମ୍ବନ୍ଧିତ ଖବର