ଦୁଇଜଣ ଆଇଆଇଟି ଛାତ୍ର ତିଆରି କଲେ ଦେଶର ପ୍ରଥମ ସ୍ମାର୍ଟ ଇଲେକ୍ଟ୍ରିକ୍‌ ସ୍କୁଟର

ବାଙ୍ଗାଲୋର : ଆଥର ଏନର୍ଜି ଭାରତୀୟ ବଜାରରେ ଦୁଇଟି ଇଲେକ୍ଟ୍ରିକ ସ୍କୁଟର ଲଞ୍ଚ୍ କରାଯାଇଛି । ଏଗୁଡ଼ିକର ନାମ ହେଉଛି ଆଥର ୩୪୦ ଓ ଆଥର ୪୫୦ । ଆଥର ୩୪୦ର ମୂଲ୍ୟ ୧ଲକ୍ଷ ୯ ହଜାର ଟଙ୍କା ଓ ଆଥର ୪୫୦ର ମୂଲ୍ୟ ୧ଲକ୍ଷ ୨୪ ହଜାର ୭୫୦ ଟଙ୍କା(ଅନ-ରୋଡ ବାଙ୍ଗାଲୋର) ରହିଛି । ତେବେ ଏହି ସ୍କୁଟର ଗୁଡ଼ିକ ଏବେ କୌଣସି ସୋରୁମରେ ମିଳିବ ନାହିଁ । ଏଗୁଡ଼ିକ କମ୍ପାନିର େଓ୍ଵବସାଇଟରେ ଆଗୁଆ ବୁକ କରିବାକୁ ପଡିବ । ଆଜିଠାରୁ ବୁକିଂ ଆରମ୍ଭ ହୋଇଥିବାବେଳେ ଅଗଷ୍ଟରେ କେବଳ ବାଙ୍ଗାଲୋରରେ ଡେଲିଭରୀ ମିଳିବ । କମ୍ପାର ପ୍ରଥମ ଗ୍ରାହକମାନଙ୍କୁ ଇଲେକ୍ଟ୍ରିଜ ଚାର୍ଜିଂ କିଟ୍‌ ମାଗଣାରେ ଇନଷ୍ଟଲ କରାଯିବ । ଏହା ସହିତ ୧ ବର୍ଷ ପାଇଁ ମାଗଣା ମେଣ୍ଟେନାନ୍ସ ମିଳିବ । ଆଥର ୪୫୦ର ଟପ ସ୍ପିଡ୍‌ ଘଣ୍ଟା ପ୍ରତି ୮୦ କିଲୋମିଟର ଥିବାବେଳେ ଆଥର ୩୪୦ର ଟପ ସ୍ପିଡ ଘଣ୍ଟାପ୍ରତି ୭୦ କିଲୋମିଟର ରହିଛି । ଆଥର ୪୫୦ ଥରେ ଫୁଲ ଚାର୍ଜ କଲେ ୭୫ କିଲୋମିଟର ଓ ଆଥର ୩୪୦ ୬୦ କିଲୋମିଟର ଯାଇପାରିବ ।

ଭାରତୀୟ ବଜାରରେ ଏହି ଇଲେକ୍ଟ୍ରିକ ସ୍ମାର୍ଟ ସ୍କୁଟର ଲଞ୍ଚ ହେବା ଏକ ମାଇଲଖୁଣ୍ଟ ବୋଲି କୁହାଯାଉଛି । କାରଣ ପୂର୍ବରୁ ଯେତେ ପ୍ରକାରର ଇଲେକ୍ଟ୍ରିକ ସ୍କୁଟର ବଜାରକୁ ଆସିଥିଲା ସେଥିରେ ଚାଇନିଜ୍‌ ଟେକନଲୋଜୀ ବ୍ୟବହାର ହୋଇଥିଲା, କିନ୍ତୁ ଏଥିରେ ସ୍ୱଦେଶୀ ଟେକନଲୋଜୀ ବ୍ୟବହାର ହୋଇଛି । ଭାରତ ସରକାର ଇଲେକ୍ଟ୍ରିକ ଯାନ ଉପରେ ଗୁରୁତ୍ୱ ଦେଉଥିବାବେଳେ ଏପର୍ଯ୍ୟନ୍ତ ଦେଶରେ ଉପଯୁକ୍ତ ଭିତ୍ତିଭୂମି ସୃଷ୍ଟି ହୋଇପାରିନାହିଁ । ଆଥର ଏନର୍ଜିକୁ ଗତ ୨୦୧୩ରେ ଦୁଇଜଣ ଆଇଆଇଟି ଛାତ୍ର ପ୍ରତିଷ୍ଠା କରିଥିଲେ ।

ସମ୍ବନ୍ଧିତ ଖବର