ଏଟିଏମ୍‌ରୁ ଟଙ୍କା ନ ଉଠି ବି ଯଦି ଖାତାରୁ କଟି ଯାଇଛି ତେବେ ଆପଣାନ୍ତୁ ଏହି ଉପାୟ!

ମୁମ୍ବାଇ: ଅଧିକାଂଶ ଲୋକେ ଏଟିଏମ୍‌ରୁ ଟଙ୍କା କାଢ଼ିବା ବେଳେ ନାନା ଅସୁବିଧାର ସମ୍ମୁଖୀନ ହୋଇଥାନ୍ତି। ନିକଟରେ ଏଟିଏମ୍‌ରୁ ଅନେକ ଚିରା ଟଙ୍କା ପାଇଥିବା ଅଭିଯୋଗ ହୋଇଥିଲା। କେବଳ ସେତିକି ନୁହେଁ ଏଟିଏମ୍‌କୁ ନେଇ ଗୁଡ଼ାଏ ସମସ୍ୟ ହୋଇଥାଏ। ଟଙ୍କା ନ ବାହାରି ବି ଜମା ଖାତାରୁ ଟଙ୍କା କଟିଯିବା ଏକ ସାଧାରଣ ସମସ୍ୟା। କାହାରି ଟଙ୍କଟଙ୍କା ନ ଉଠି ବି ଖାତାରୁ କିନ୍ତୁ କଟି ଯାଇଥାଏ। ସେ ସମୟରେ ଭାରି ବିବ୍ରତ ଲାଗିଥାଏ। କ’ଣ କରିବାକୁ ହେବ କିଛି ବୁଦ୍ଧି ବାଟ ଦିଶେ ନାହିଁ। ଏହି ଅଟୋମେଟେଡ୍‌ ଟେଲର ମେସିନ (ଏଟିଏମ)ର ବ୍ୟବହାର ସାଧାରଣତଃ ଅର୍ଥ ଲେନ-ଦେନ ପାଇଁ ହିଁ କରାଯାଇଥାଏ। ଏଟିଏମ ବ୍ୟବହାର କରି ଗ୍ରାହକମାନେ ଟଙ୍କା ଉଠାଇବାଠାରୁ ଆରମ୍ଭ କରି ବାଲାନ୍‌ସ ଚେକ୍‌ କରିବା ପର୍ଯ୍ୟନ୍ତ ସମସ୍ତ କାମ କରିଥାନ୍ତି। ଏଟିଏମ ଇଣ୍ଡଷ୍ଟ୍ରି ଆସୋସିଏସନ ମୁତାବକ, ସାରା ବିଶ୍ୱରେ ପାଖାପାଖି ୩.୫ ମିଲିୟନ ଏଟିଏମ ରହିଛି । ହେଲେ ପ୍ରତ୍ୟେକଟି ମେସିନରେ କିଛି ନା କିଛି ଦୁର୍ବଳତା ତଥା ସମସ୍ୟା ନିଶ୍ଚୟ ରୂପେ ରହିଥାଏ। ତେଣୁ ଏହାକୁ ଦୃଷ୍ଟିରେ ରଖି ଆଜି ଆମେ ଆପଣଙ୍କୁ ଏଟିଏମ ସଂପର୍କିତ କିଛି ସୂଚନା ଦେବାକୁ ଯାଉଛୁ ଯାହାକି ଆପଣଙ୍କ କାମରେ ନିଶ୍ଚୟ ଆସିବ। ତେବେ ଆସନ୍ତୁ ଜାଣିବା କ’ଣ କଲେ ଆପଣ ଏଟିଏମ୍‌ରୁ ଟଙ୍କା ନ ପାଇବା ସତ୍ୱେ ପି ଖାତାରୁ ଟଙ୍କା କଟି ଯାଇଥିଲେ କିପରି ଫେରସ୍ତ ପାଇବେ।

ଏଟିଏମରୁ ଟଙ୍କା ଉଠାଇବା ବେଳେ ଆପଣଙ୍କର ଆକାଉଣ୍ଟରୁ ଟଙ୍କା ତ କଟି ଯାଇଛି ହେଲେ ଏଟିଏମରୁ ଟଙ୍କା ବାହାରି ନାହିଁ ତେବେ ଏଭଳି ପରିସ୍ଥିତିରେ ଆପଣ ଆଦୌ ବ୍ୟସ୍ତ ନହୋଇ ତୁରନ୍ତ ଏସଂପର୍କରେ ବ୍ୟାଙ୍କରେ ଅଭିଯୋଗ କରିବା ଆବଶ୍ୟକ। ମନେ ରଖନ୍ତୁ କୌଣସି ପରିସ୍ଥିତିରେ ବ୍ୟାଙ୍କ୍‌ ଗ୍ରାହକଙ୍କ ଟଙ୍କା ବିନା କାରଣରେ କାଟେ ନାହିଁ। ଏଭଳି ଅନେକ ମାମଲାରେ ବ୍ୟାଙ୍କ ଯାଞ୍ଚ କରି ଗ୍ରାହକଙ୍କୁ ତାଙ୍କର ଟଙ୍କାକୁ ଫେରସ୍ତ କରିଦେଇଥାଏ।

କିନ୍ତୁ ଏହାପରେ ବି ଯଦି ବ୍ୟାଙ୍କ ଏହାର ସମାଧାନ ନକରେ ତେବେ ଏଥିପାଇଁ ବି ଆପଣ ଅଭିଯୋଗ କରିପାରିବେ। ଯାହାର ସୂଚନା ଖୋଦ ଉପଭୋକ୍ତା ମନ୍ତ୍ରୀ ରାମବିଳାସ ପାସୱନ ଦେଇଛନ୍ତି। ଯଦି ଜଣେ ଗ୍ରାହକ ଏଟିଏମରୁ ଟଙ୍କା ବାହାର କରନ୍ତି, ମାତ୍ର ଏଟିଏମରୁ ଟଙ୍କା ନ ଉଠିବା ସହିତ ତାଙ୍କ ଖାତାରୁ ତାହା କଟି ଯାଏ ତେବେ ଗ୍ରାହକଙ୍କୁ ଏଭଳି ପରିସ୍ଥିତିରେ କଣ କରିବା ଉଚିତ ବୋଲି ପାସୱନ ସେ ସଂପର୍କରେ ବିସ୍ତତ ଭାବେ ସୂଚନା ଦେଇଛନ୍ତି।

ଏଭଳି ପରିସ୍ଥିତିରେ ଗ୍ରାହକଙ୍କୁ ଉପଭୋକ୍ତା ବିଭାଗର ହେଲ୍‌ପଲାଇନକୁ ଯାଇ ଅଭିଯୋଗ କରିବାକୁ ପଡ଼ିବ।

ଅଭିଯୋଗ କରିବାର ମାତ୍ର ୧୮ ଦିନରୁ କମ ସମୟ ମଧ୍ୟରେ ହିଁ ଗ୍ରାହକଙ୍କୁ ତାଙ୍କର ଟଙ୍କାକୁ ଫେରସ୍ତ କରିଦିଆଯିବ ବୋଲି ପାଶଓ୍ଵାନ କହିଛନ୍ତି।

ଏଥିପାଇଁ ଗ୍ରାହକଙ୍କୁ ଉପଭୋକ୍ତା ହେଲ୍‌ପଲାଇନର ଟୋଲ୍‌ ଫ୍ରି ନମ୍ବର ୧୪୪୦୪ କିମ୍ବା ୧୮୦୦-୧୧-୪୦୦୦ରେ କଲ୍‌ କରି ଅଭିଯୋଗ କରିବାକୁ ହେବ।

 

ସମ୍ବନ୍ଧିତ ଖବର