ନାଗପୁର: ଥରେ ଭାବନ୍ତୁ ତ ଯଦି ଆପଣ ଏଟିଏମ୍ରେ କାର୍ଡ ପୂରାଇ ୫୦୦ ଟଙ୍କା ମାରନ୍ତି ଓ ୨,୫୦୦ ଟଙ୍କା ବାହାରେ! ଏପରି ଏକ ଘଟଣା ନାଗପୁରରେ ଦେଖିବାକୁ ମିଳିଛି। ବ୍ୟକ୍ତି ଜଣକ ପ୍ରଥମେ ୫୦୦ ଟଙ୍କା ମାରିବାରୁ ତାଙ୍କୁ ମିଳିଥିଲା ୨,୫୦୦ ଟଙ୍କା। ସେ ଉତ୍ସୁକ ହୋଇ ଦ୍ବିତୀୟ ଥର ଏପରି କରିବାରୁ ଦ୍ବିତୀୟ ଥର ବି ୫୦୦ ବଦଳରେ ତାଙ୍କୁ ୨,୫୦୦ ଟଙ୍କା ମିଳିଥିଲା। ଏହି ଘଟଣାର ସୂଚନା ସଂପୃକ୍ତ ଅଞ୍ଚଳରେ ବ୍ୟାପିଯିବା ପରେ ସେଠାରେ ଅନେକ ଲୋକ ରୁଣ୍ଡ ହୋଇ ଯାଇଥିଲେ।
ନାଗପୁରରୁ ୩୦ କିଲୋମିଟର ଦୂର ଖପରଖେଦା ସହରରେ ଥିବା ଏବ ବେସରକାରୀ ବ୍ୟାଙ୍କ୍ ଏଟିଏମ୍ରେ ଏପରି ଘଟିଥିବା ଜାଣିବାକୁ ମିଳିଛି। ଏହି ଖବରଟି ବ୍ୟାପିଯିବା ପରେ ଏଟିଏମ୍ରୁ ଟଙ୍କା ଉଠାଇବାକୁ ଅନେକ ଲୋକ ଆସି ଧାଡ଼ି ବାନ୍ଧି ଛିଡ଼ା ହୋଇ ଯାଇଥିଲେ।
ଜଣେ ବ୍ୟାଙ୍କ୍ କର୍ମଚାରୀ ଏ ସଂପର୍କରେ ପୁଲିସ୍କୁ ଖବର ଦେବା ପରେ ପୁଲିସ୍ ଆସି ଏଟିଏମ୍ଟିକୁ ବନ୍ଦ କରିଥିଲା। ବୈଷୟିକ ତ୍ରୁଟି ଥିବାରୁ ଏଟିଏମ୍ରୁ ଏପରି ଭାବେ ଅଧିକ ଟଙ୍କା ପଦାକୁ ପଳାଇ ଆସୁଥିଲା, ଯାହାର ଭର୍ପୂର ଫାଇଦା ଉଠାଇଥିଲେ ସ୍ଥାନୀୟ ଲୋକ।
ଅଧିକାରୀକ ସୂତ୍ରରୁ ଜାଣିବାକୁ ମିଳିଛି ଯେ ୧୦୦ ଟଙ୍କିଆ ନୋଟ୍ ଟ୍ରେରେ ଭୁଲ୍ରେ ୫୦୦ ଟଙ୍କିଆ ନୋଟ୍ ରଖା ଯାଇଥିଲା। ଯାହା ଫଳରେ ଯଦି କେହି ୫୦୦ ଟଙ୍କା ନେବାକୁ ଏଟିଏମ୍ରେ କମାଣ୍ଡ ମାରୁଥିଲେ ତ ୫ଟି ୧୦୦ ଟଙ୍କିଆ ନୋଟ୍ ବଦଳରେ ଏକାଥରେ ବାହାରକୁ ଆସୁଥିଲା ୫ଟି ୫୦୦ ଟଙ୍କିଆ ନୋଟ୍। ତେବେ ଏହି ଘଟଣା ନେଇ ଏବେ ସୁଦ୍ଧା କାହାରି ନାମରେ କୌଣସି ପ୍ରକାରର ମାମଲା ରୁଜୁ ହୋଇନାହିଁ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/06/e88aa531-4da5-41c2-83ea-bef1d4b343c0.jpg)