ନୂଆଦିଲ୍ଲୀ: ବ୍ୟାଙ୍କ ଯାଇ ଟଙ୍କା ଉଠାଇବା ଠାରୁ ଆରମ୍ଭ କରି ଟଙ୍କା ନେଣଦେଣ କରିବା ପାଇଁ ଲୋକମାନେ ଏଣିକି ଏଟିଏମକୁ ସରଳ ପ୍ରକ୍ରିୟା ଭାବେ ବାଝି ନେଇଛନ୍ତି। କାରଣ ବ୍ୟାଙ୍କରେ ଲମ୍ବାଧାଡ଼ି ଦେଇ ଛିଡା ହେବା ପରିବର୍ତ୍ତେ ଏଟିଏମ୍ରେ ମାତ୍ର କେତେଟି ଅଙ୍କ ଡାଏଲ କରିଦେଲେ ଆପଣ ଯାହାକୁ ଟଙ୍କା ପଠାଇବାକୁ ଚାହୁଁଛନ୍ତି ପଠାଇ ପାରିବା ସହିତ ଟଙ୍କା ଉଠାଇ ବି ପାରିବେ। ତେବେ ସମୟସମୟରେ ଏଭଳି ବି ଘଟଣା ଘଟିଥିବ କି ଆପଣ ନିଜର ଏଟିଏମ୍ର ଗୋପନ ନମ୍ବରକୁ ଭୁଲି ଯାଇଛନ୍ତି। ଏହାପରେ ଆପଣଙ୍କୁ ନୂତନ ପିନ୍ ନମ୍ବର ପାଇଁ ପୁଣି ଥରେ ବ୍ୟାଙ୍କର ଚକ୍କର କାଟିବାକୁ ପଡିବ ପାରେ ! ଆଉ ନୂଆ ପିନ ପାଇବା ପାଇଁ ଦୀର୍ଘଦିନ ଧରି ଅପେକ୍ଷା କରିବାକୁ ପଡିଥାଏ ।
ଏହି ସମସ୍ୟାର ସମାଧାନ ପାଇଁ ଏକ ସରଳ ଉପାୟ ରହିଛି । ଯାହାକୁ ବ୍ୟବହାର କରି ଆପଣ ଘରେ ବସି ସଙ୍ଗେ ସଙ୍ଗେ ପିନକୁ ରିଜେନରେଟ୍ କରିପାରିବେ । ଏହି ସୁବିଧା ବର୍ତ୍ତମାନ କେବଳ ତିନୋଟି ଘରୋଇ ବ୍ୟାଙ୍କରେ ଉପଲବ୍ଧ ରହିଛି। ଆଉ ସେଗୁଡିକ ହେଲା ଏଚଡିଏଫସି, ଆଇସିଆଇସିଆଇ ଏବଂ କୋଟାକ ମହିନ୍ଦ୍ରା ବ୍ୟାଙ୍କ।
ଏଚଡିଏଫସି, ଆଇସିଆଇସିଆଇ ଏବଂ କୋଟାକ ମହିନ୍ଦ୍ରା ବ୍ୟାଙ୍କର ମୋବାଇଲ ବ୍ୟାଙ୍କିଂ ଏବଂ ଇଣ୍ଟରନେଟ ବ୍ୟାଙ୍କିଂ ଆପ ଜରିଆରେ ନିଜର ପିନକୁ ପୁଣି ଥରେ ସେଟ୍ କରିପାରିବେ । ଏହି ପ୍ରକ୍ରିୟା ପାଇଁ ଆପଣଙ୍କୁ କିଛି ତଥ୍ୟ ମଗାଯାଇଥାଏ, ଯାହାକୁ ଦେଇ ଆପଣଙ୍କର ପିନକୁ ରିଜେନରେଟ୍ କରିପାରିବେ, କିନ୍ତୁ ଏଥିପାଇଁ ଆପଣଙ୍କର ମୋବାଇଲ ନମ୍ବର ଖାତାରେ ପଞ୍ଜିକୃତ ହେବା ଜରୁରୀ, ନଚେତ ଆପଣ ଏହାକୁ ବଦଳାଇ ପାରିବେ ନାହିଁ । ଯଦି ଆପଣ ଆପଣଙ୍କର ପିନକୁ ରିଜେନରେଟ କରୁଛନ୍ତି ତେବେ ଏଥିପାଇଁ ଏକ ଓଟିପି କୋର୍ଡ ଉପଭୋକ୍ତାଙ୍କ ନମ୍ବରକୁ ଆସିଥାଏ । ମୋବାଇଲ ନମ୍ବର ପଞ୍ଜିକୃତ ହେବାପରେ ଯାଇ ଓଟିପି ନମ୍ବର ଗ୍ରାହକଙ୍କ ନିକଟରେ ପହଞ୍ଚିଥାଏ।
ପିନ ଜେନରେଟ୍ କରିବାର ପ୍ରକ୍ରିୟା
ଏଚଡିଏଫସି ବ୍ୟାଙ୍କ: ଯଦି ଆପଣଙ୍କର ଏଚଡିଏଫସି ବ୍ୟାଙ୍କରେ ଖାତା ରହିଛି ତେବେ ସର୍ବ ପ୍ରଥମେ ଆପଣଙ୍କୁ ଆପଣଙ୍କ ମୋବାଇଲରେ ଏଚଡିଏଫସି ବ୍ୟାଙ୍କର ଆପ ରଖିବାକୁ ପଡିବ । ଏହାପରେ ଏହାକୁ ଲଗ ଇନ କରି ଡେଭିଟ୍ କାର୍ଡ ସେକସନରେ ଯିବାକୁ ହେବ। ଆପଣଙ୍କ ନିକଟକୁ ଏକ ଓଟିପି ନମ୍ବର ଆସିବ, ଯାହାକୁ ସେଠାରେ ଦାଖଲ କରିବ ପିନ ଜେନରେଟ୍ କରି ପାରିବେ।
ଆଇସିଆଇସିଆଇ ବ୍ୟାଙ୍କ : ଏଥିପାଇଁ ପ୍ରଥମେ ଏହାର ନେଟ ବ୍ୟାଙ୍କିଂକୁ ଯାଇ ତାକୁ ଲଗଇନ କରିବାକୁ ହେବ। ଏହାପରେ ମାଇକାର୍ଡ ପିନ ଉପରେ କ୍ଲିକ୍ କରିବାକ ପଡ଼ିବ। ଏଥିରେ ଡେଭିଟ୍ କାର୍ଡ ନମ୍ବର ଏବଂ ସିବିବି ନମ୍ବର ଦେବା ପରେ ଆପଣଙ୍କ ଫୋନକୁ ଏକ ଓଟିପି କୋର୍ଡ ଆସିବ । ଯାହାକୁ ସେଠାରେ ଏଣ୍ଟର କରିବା ଦ୍ୱାରା ପିନକୁ ପୁଣିଥରେ ସେଟ୍ କରି ପାରିବେ।
କୋଟାକ୍ ମହିନ୍ଦ୍ରା ବ୍ୟାଙ୍କ: ମୋବାଇଲ ଆପରେ ଡେଭିଟ୍ କାର୍ଡ ରିକ୍ୱେଷ୍ଟର ବିକଳ୍ପକୁ ଯାଆନ୍ତୁ । ରିଜେନରେଟ୍ ପିନକୁ ଯାଇ ସେଠାରେ ମଗାଯାଇଥିବା ତଥ୍ୟକୁ ପୁରଣ କରି କନଫର୍ମ କରାନ୍ତୁ । ଏହାପରେ ଆପଣଙ୍କ ପିନ ପୁଣି ଥରେ ଜେନରେଟ୍ ହୋଇଯିବ ।