ନୂଅଦିଲ୍ଲୀ: ଘରୋଇ ୟେସ୍ ବ୍ୟାଙ୍କ ପକ୍ଷରୁ ଗ୍ରାହକଙ୍କ ଲାଗି ଏପରି ସୁବିଧା ଯୋଗାଇ ଦେବା ଯୋଜନା କରାଯାଇଛି ଯାହାଦ୍ୱାରା କି ସେମାନଙ୍କୁ ଏଟିଏମ୍ରୁ ଟଙ୍କା ଉଠାଇବା ପାଇଁ କାର୍ଡ ଏବଂ ପିନ୍ର ଆବଶ୍ୟକତା ପଡ଼ିବ ନାହିଁ। ଏହି ନୂଆ ଧରଣର ସେବା ଆରମ୍ଭ ପାଇଁ ୟେସ୍ ବ୍ୟାଙ୍କ ଆର୍ଥିକ କ୍ଷେତ୍ରର ପ୍ରଯୁକ୍ତି ଷ୍ଟାର୍ଟଅପ୍ କମ୍ପାନି ଫିନ୍ଟେକ୍ ସହିତ ହାତ ମିଳାଇଛି। ଆଧାର ନମ୍ବରକୁ ଭିତ୍ତିକରି ଗ୍ରାହକମାନେ ଏହି ସେବା ରିଟେଲରଙ୍କ ନିକଟରୁ ପାଇପାରିବେ। ବିନା କାର୍ଡରେ ଓ ପିନ୍ରେ ଗ୍ରାହକମାନେ ରିଟେଲରଙ୍କ ନିକଟରେ ଟଙ୍କା ଜମା କରି ପାରିବେ ଏବଂ ଉଠାଇ ମଧ୍ୟ ପାରିବେ।
ୟେସ୍ ବ୍ୟାଙ୍କ ପକ୍ଷରୁ କୁହାଯାଇଛି ଯେ ପେନିୟରବାଏ୍ ମୋବାଇଲ୍ ଆପ୍ଲିକେସନ୍କୁ ସ୍ମାର୍ଟଫୋନ୍ରେ ବ୍ୟବହାର କରି ଏହି ସୁବିଧା ମିଳିପାରିବ। ଏହାଦ୍ୱାରା ଜଣେ ରିଟେଲର ନିଜକୁ ଆଧାର ଏଟିଏମ୍/ଆଧାର ବ୍ୟାଙ୍କ ଶାଖାରେ ପରିଣତ କରିପାରିବ। ଗ୍ରାହକମାନେ ସେହି ରିଟେଲରଙ୍କ ନିକଟରେ ଟଙ୍କା ଜମା କରିପାରିବେ ଏବଂ ଟଙ୍କା ଉଠାଇ ମଧ୍ୟ ପାରିବେ। ଏହି ସେବା ଆରମ୍ଭ ପାଇଁ ୟେସ୍ ବ୍ୟାଙ୍କ ଓ ନିୟରବାଏ ମିଶିକରି ନ୍ୟାସନାଲ ପେମେଣ୍ଟ କର୍ପୋରେସନ୍ ଅଫ୍ ଇଣ୍ଡିଆ (ଏନ୍ପିସିଆଇ) ସହିତ କାର୍ଯ୍ୟ କରୁଛନ୍ତି। ପେନିୟରବାଏ୍ର ଆଧାର ଏଟିଏମ୍ ୟେସ୍ ବ୍ୟାଙ୍କ ଏବଂ ବ୍ୟାଙ୍କର ୪୦ ହଜାର ବିଜ୍ନେସ୍ କରେସ୍ପୋଣ୍ଡେଣ୍ଟ (ବିସି) ଟଚ୍ପଏଣ୍ଟ ମାଧ୍ୟମରେ ଉପଲବ୍ଧ ହେବ। ଆଧାର ନମ୍ବର ଏବଂ ଫିଙ୍ଗର ପ୍ରିଣ୍ଟକୁ ବ୍ୟବହାର କରି ଜଣେ ଗ୍ରାହକ ଏସବୁ ସ୍ଥାନରୁ ଟଙ୍କା ଉଠାଇ ପାରିବେ କିମ୍ବା ଅନ୍ୟାନ୍ୟ କାରବାର କରିପାରିବେ। ଏହି ସେବାର ପ୍ରାସଙ୍ଗିକତା ସମ୍ପର୍କରେ ବାର୍ତା ପ୍ରଚାର କରିବା ଲାଗି ନିୟରବାଏ୍ ରିଟେଲର୍ସ ଆସୋସିଏସନ ଅଫ୍ ଇଣ୍ଡିଆ (ଆର୍ଏଆଇ) ସହିତ ସହବନ୍ଧିତ ହୋଇଛି। ବିଶେଷକରି ଗ୍ରାହକଙ୍କୁ ଆଧାର ନମ୍ବର ମାଧ୍ୟମରେ ଆର୍ଥିକ କାରବାରର ଲୋକପ୍ରିୟତା ବଢ଼ାଇବାରେ ଏହି ସହବନ୍ଧନ ସହାୟକ ହେବ ବୋଲି ୟେସ୍ ବ୍ୟାଙ୍କ ଆଶା ରଖିଛି।
ବିନା କାର୍ଡରେ ମିଳିବ ଏଟିଏମ୍ ସେବା
/sambad/media/post_attachments/wp-content/uploads/2018/01/yes-bank.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)