ଏଟିଏମ୍ ସଂଖ୍ୟା କମୁଛି

ନୂଆଦିଲ୍ଲୀ: ଗୋଟିଏ ପଟେ ଦେଶରେ ନଗଦ ଟଙ୍କା ଉପରେ ଲୋକଙ୍କ ନିର୍ଭରଶୀଳତା ବଢ଼ୁଥିବା ବେଳେ ଅନ୍ୟ ପଟେ ଏଟିଏମ୍‌ ସଂଖ୍ୟା କମିବାରେ ଲାଗିଛି। ଏଟିଏମ୍ ନିରାପତ୍ତାକୁ ନେଇ ଭାରତୀୟ ରିଜର୍ଭ ବ୍ୟାଙ୍କ ଅନେକ କଠୋର ନିୟମ ଲାଗୁ କରିବା ପରେ ଏଟିଏମ୍ ପରିଚାଳନା ଏକ ବ୍ୟୟବହୁଳ ବ୍ୟାପାରରେ ପରିଣତ ହୋଇଛି। ସେଥିପାଇଁ ଅଧିକ ଏଟିଏମ୍ ଖୋଲିବାକୁ ବ୍ୟାଙ୍କଗୁଡ଼ିକ ଆଗ୍ରହ ଦେଖାଉନାହାନ୍ତି। ବ୍ରିକ୍ସ ରାଷ୍ଟ୍ର ସମୂହରେ ଥିବା ଦେଶଗୁଡ଼ିକ ମଧ୍ୟରେ ପ୍ରତି ଏକ ଲକ୍ଷ ବ୍ୟକ୍ତି ପିଛା ଏଟିଏମ୍ ସଂଖ୍ୟା କ୍ଷେତ୍ରରେ ଭାରତ ସବୁଠୁ ପଛରେ ରହିଛି। ଏହି ସମୂହର ଅନ୍ୟ ରାଷ୍ଟ୍ର ଯଥା ବ୍ରାଜିଲ, ରୁଷିଆ, ଚୀନ୍ ଓ ଦକ୍ଷିଣ ଆଫ୍ରିକାରେ ଏକ ଲକ୍ଷ ଲୋକ ସଂଖ୍ୟା ପିଛା ଏଟିଏମ୍ ପରିମାଣ ଭାରତ ଠାରୁ ବହୁତ ଅଧିକ ରହିଛି। ଆନ୍ତର୍ଜାତିକ ମୁଦ୍ରା ପାଣ୍ଠି (ଆଇଏମ୍ଏଫ୍‌) ପକ୍ଷରୁ ଜାରି କରାଯାଇଥିବା ରିପୋର୍ଟରେ ଏହା କୁହାଯାଇଛି। ରିଜର୍ଭ ବ୍ୟାଙ୍କ କଠୋର ନିୟମ ଜାରି କରିବା ପରେ ବ୍ୟାଙ୍କ ଓ ଏମ୍‌ଟିଏମ୍‌ରେ ଅନେକ ଜରୁରୀ ପରିବର୍ତ୍ତନ କରିବାକୁ ପଡ଼ିଛି। ସେଥିପାଇଁ ବ୍ୟାଙ୍କଗୁଡ଼ିକୁ ବିପୁଳ ଟଙ୍କା ଖର୍ଚ କରିବାକୁ ପଡ଼ୁଛି।

ସମ୍ବନ୍ଧିତ ଖବର