ଲାଲ୍‌ଚାନ୍ଦ୍‌ ଜୁଏଲର୍ସର ଆକର୍ଷଣୀୟ ଅଫର

ଭୁବନେଶ୍ବର: ଦୀପାବଳି ଓ ଧନତେରସ୍‌ ଅବସରରେ ଲାଲ୍‌ଚାନ୍ଦ୍‌ ଜୁଏଲର୍ସ ପକ୍ଷରୁ ଆକର୍ଷଣୀୟ ଅଫର ଘୋଷଣା କରାଯାଇଛି। ସମସ୍ତ ଏଚ୍‌ୟୁଆଇଡି ହଲ୍‌ମାର୍କଯୁକ୍ତ ସୁନା ଗହଣାର ଗଢ଼ା ମୂଲ୍ୟ ପ୍ରତି ଗ୍ରାମ୍ ପିଛା ଫ୍ଲାଟ୍‌ ୬୨୫ ଟଙ୍କା ରଖାଯାଇଛି। ହୀରା ମୂଲ୍ୟ ଉପରେ ପ୍ରତି କ୍ୟାରେଟ୍ ପିଛା ଫ୍ଲାଟ୍ ୨୦,୦୦୦ ଟଙ୍କା ରିହାତି ରଖାଯାଇଛି। ଏହାବ୍ୟତୀତ ନିର୍ଦ୍ଦିଷ୍ଟ ହାତଘଣ୍ଟା ବ୍ରାଣ୍ଡ୍‌ଗୁଡ଼ିକ ଉପରେ ଫ୍ଲାଟ୍ ୨୦%, ରୁପା ଗହଣାର ଗଢ଼ାମଜୁରି ଉପରେ ଫ୍ଲାଟ୍ ୫୦% ଏବଂ ବ୍ରାଣ୍ଡେଡ୍ ଆଇଟମ୍ ଉପରେ ଫ୍ଲାଟ୍ ୧୫% ରିହାତି ପ୍ରଦାନ କରାଯାଉଛି। ଧନତେର୍‌ସକୁ ଦୃଷ୍ଟିରେ ରଖି ୨୫,୦୦୦ଟଙ୍କା କିମ୍ବା ଅଧିକ ମୂଲ୍ୟର କିଣାକିଣି ଉପରେ ନିଶ୍ଚିତ ଉପହାର ଦିଆଯାଉଛି। ପୁରୁଣା ସୁନାର ଏକ୍ସଚେଞ୍ଜ୍‌ ଉପରେ ୧୦୦% ସୁନା ମୂଲ୍ୟ ମିଳୁଛି।

ଲାଲ୍‌ଚାନ୍ଦ୍‌ ଜୁଏଲର୍ସରେ ଆଇଜେଏସ୍‌ଏଫ୍ ବିଶ୍ୱର ସର୍ବବୃହତ ଅଳଙ୍କାର ମହୋତ୍ସବ ଚାଲିଛି । ଏହି ପରିପ୍ରେକ୍ଷୀରେ ୨୫ ହଜାର ଟଙ୍କାର ଗହଣା କ୍ରୟ ଉପରେ ନିଶ୍ଚିତ କୁପନ୍ ଏବଂ ସୀମିତ ସଂସ୍କରଣର ରୁପା ମୁଦ୍ରା ମିଳୁଛି । ଏହି ଅବିଶ୍ୱସନୀୟ ପୁରସ୍କାରରେ ପର୍ଯ୍ୟାୟକ୍ରମ ଡ୍ର’ରେ ୫୦୦୦ କୁପନ୍‌ର ପ୍ରତି ସେଟ୍‌ରେ ୨୫ ଗ୍ରାମ୍‌ ସୁନା ମୁଦ୍ରା ଜିତିପାରିବେ । ଏଥିସହ ୧ କିଲୋଗ୍ରାମ ସୁନାର ୫ଟି ପୁରସ୍କାର, ୧୦ ଲକ୍ଷ ଟଙ୍କା ବିଶିଷ୍ଟ ୫ଟି ଜୁଡାଉ ଜୁଏଲାରି, ୧୦ ଲକ୍ଷ ଟଙ୍କା ବିଶିଷ୍ଟ ୫ଟି ଟେମ୍ପଲ୍‌ ଜୁଏଲାରୀ, ୫ ଲକ୍ଷ ଟଙ୍କା ବିଶିଷ୍ଟ ୧୦ଟି ହୀରା ଓ ମୂଲ୍ୟବାନ ପଥର ଖଚିତ ଜୁଏଲାରୀ, ୨.୫ ଲକ୍ଷ ଟଙ୍କା ବିଶିଷ୍ଟ ୧୦ଟି ସୁନା ଗହଣା ଏବଂ ‘ଡିଭାଇନ୍‌ ସଲିଟେଆର’ରୁ ୧୦୦ଟି ହୀରା ଖଚିତ ସ୍ୱର୍ଣ୍ଣ ମୁଦ୍ରା ଜିତିବାର ସୁଯୋଗରହିଛି। ଏଚ୍‌ଡିଏଫ୍‌ସି ବ୍ୟାଙ୍କ ପକ୍ଷରୁ ଗ୍ରାହକମାନଙ୍କୁ ଫେଷ୍ଟିଭ୍‌ ଟ୍ରିଟ୍ ପ୍ରଦାନ କରାଯାଉଛି ।

ସମ୍ବନ୍ଧିତ ଖବର