୪୨ଟି କୋଇଲା ଖଣିର ନିଲାମ, ଆବଣ୍ଟନ ଆରମ୍ଭ

ଓଡ଼ିଶାର ଗୋଟିଏ ଖଣି, ସୁନ୍ଦରଗଡ଼ର ଜାମ୍‌ଖାନି

ନୂଆଦିଲ୍ଲୀ/ଭୁବନେଶ୍ବର: କେନ୍ଦ୍ର କୋଇଲା ମନ୍ତ୍ରଣାଳୟ ପକ୍ଷରୁ ୪୩ଟି କୋଇଲା ଖଣିର ନିଲାମ ଓ ଆବଣ୍ଟନ ପ୍ରକ୍ରିୟା ଆରମ୍ଭ କରାଯାଇଛି। ସେଥି ମଧ୍ୟରୁ ୨୭ଟି କୋଇଲା ଖଣିକୁ କେନ୍ଦ୍ରୀୟ ରାଷ୍ଟ୍ରାୟତ୍ତ ଉଦ୍ୟୋଗ ପାଇଁ ନିଲାମ କରାଯିବ ଓ ୧୫ଟି ଖଣିକୁ ରାଜ୍ୟ ନିୟନ୍ତ୍ରଣାଧୀନ ଉଦ୍ୟୋଗକୁ ଆବଣ୍ଟନ କରାଯିବ। ଏହି ଖଣି ଭିତରେ ଓଡ଼ିଶାର ଗୋଟିଏ ବ୍ଲକ୍ ରହିଛି। ତାହା ହେଉଛି ସୁନ୍ଦରଗଡ଼ର ଜାମ୍‌ଖାନି କୋଇଲା ବ୍ଲକ୍। ୨୧ଟି କୋଇଲା ଖଣିକୁ ଅନିୟନ୍ତ୍ରିତ କ୍ଷେତ୍ର ଏବଂ ୬ଟି ଖଣିକୁ ଲୌହ ଏବଂ ଇସ୍ପାତ କ୍ଷେତ୍ରକୁ ଆବଣ୍ଟନ କରାଯିବ। ବିଦ୍ୟୁତ କ୍ଷେତ୍ର ପାଇଁ ୫ଟି, କୋଇଲା ବିକ୍ରି ପାଇଁ ୯ଟି ଖଣି ଓ ଲୌହ ଓ ଇସ୍ପାତ କ୍ଷେତ୍ର ଲାଗି ଗୋଟିଏ ଖଣି ନିଲାମ କରିବା ପ୍ରକ୍ରିୟା ଆରମ୍ଭ କରାଯାଇଛି। ନିଲାମ ହେଉଥିବା କୋଇଲା ଖଣିଗୁଡ଼ିକ ସମ୍ପୂର୍ଣ୍ଣ କାର୍ଯ୍ୟକ୍ଷମ ହେଲେ ସେଥିରୁ ବାର୍ଷିକ ୭୦ ନିୟୁତ ଟନ୍ କୋଇଲା ଉତ୍ତୋଳନ କରାଯାଇପାରିବ। ଏହି ନିଲାମ ସମ୍ପର୍କିତ ଟେଣ୍ଡର ଓ ଆବେଦନ ନୋଟିସ୍ ପ୍ରକାଶ ପାଇସାରିଛି। ମେଟାଲ ସ୍କାର୍ପ ଟ୍ରେଡିଂ କର୍ପୋରେସନ (ଏମଏସଟିସି) ପ୍ଲାଟଫର୍ମରେ ଇଲେକ୍ଟ୍ରୋନିକ୍ସ ନିଲାମ ଆୟୋଜନ କରାଯିବ। ନିଲାମରେ ଅଂଶଗ୍ରହଣ କରିବାକୁ ସଂସ୍ଥାଗୁଡ଼ିକ ପାଇଁ ପଞ୍ଜୀକରଣ ଓ ଟେଣ୍ଡର୍‌ କାଗଜପତ୍ର ବିକ୍ରିର ଶେଷ ତାରିଖ ହେଉଛି ସେପ୍ଟେମ୍ବର ୧୩। ବିଡ୍‌ ଦାଖଲ କରିବାର ଶେଷ ତାରିଖ ହେଉଛି ସେପ୍ଟେମ୍ବର ୧୯। ଏହି ସବୁ ଖଣିଗୁଡ଼ିକର ନିଲାମ ଏମ୍‌ଏମ୍‌ଟିସିରେ ଅକ୍ଟୋବର ୧୦ରୁ ନଭେମ୍ବର ୮ ତାରିଖ ମଧ୍ୟରେ ଅନୁଷ୍ଠିତ ହେବ।

ଉଲ୍ଲେଖଯୋଗ୍ୟ, ଓଡ଼ିଶା ସରକାର ଚଳିତ ବର୍ଷ ୪୦ଟି ଖଣି ନିଲାମ କରିବାକୁ ଯୋଜନା ରଖିଛନ୍ତି। ସେଥିମଧ୍ୟରୁ ୧୬ଟି ମର୍ଚାଣ୍ଟ ଖଣି ହୋଇଥିବା ବେଳେ ୨୪ଟି ହେଉଛି ସମ୍ପୂର୍ଣ୍ଣ ନୂଆ ଖଣି। ନିକଟରେ ସରକାରଙ୍କ ତରଫରୁ ଆଠଟି ଖଣି ନିଲାମ କରିବା ଲାଗି ଟେଣ୍ଡର ଆହ୍ବାନ କରାଯାଇଛି। ସେଗୁଡ଼ିକ ହେଉଛିି ଚୁନପଥର, ଗ୍ରାଫାଇଟି ଓ କ୍ରୋମାଇଟ ଖଣି।

ସମ୍ବନ୍ଧିତ ଖବର