ଭାରତ ରାସ୍ତାରେ ଏଣିକି ଗଡିବ ଅଡ଼ି ଏ ସିକ୍ସ

ମୁମ୍ବାଇ: ବଜାରକୁ ଆସିଲା ଅଡି ଏ ସିକ୍ସ । ଜର୍ମାନୀର କାର୍ ନିର୍ମାଣକାରୀ କମ୍ପାନୀ ଅଡି ଭାରତରେ ଲଂଚ କରିଛି ଏହାର ଅଷ୍ଟମ ଜେନେରେସନର ସେଡାନ୍ ଏ ସିକ୍ସ । ସେଡାନ୍ ଏ’ ସିକ୍ସ ପ୍ରିମିୟମ୍ ପ୍ଲସ୍ ଏବଂ ଟେକ୍ନଲୋଜି ଭାରିଆଂଟରେ ଉପଲବ୍ଧ ହେବ । ଏହି କାରର ଏକ୍ସ ସୋ-ରୁମ ଦାମ୍ ପାଖାପାଖି ୫୫ଲକ୍ଷ ଟଙ୍କା ରହିଛି । ତେବେ ଅଡି ଏ ସିକ୍ସର ମୁକାବିଲା ମର୍ସିଟିଜ୍ ବେଞ୍ଜ ଇ-କ୍ଲାସ୍, ବିଏମଡବ୍ଲୁ ଫାଇବ୍ ସିରିଜ୍ ଏବଂ ଜାଗୁଆର୍ ଏକ୍ସଏଫ୍ ସହ ହେବା କୁହାଯାଉଛି ।

ତେବେ ଅଡି ଏ ସିକ୍ସର ଲୁକ୍, ଡିଜାଇନ୍ ସହ କାରର ସ୍ପେସ୍ ବି ବଢାଯାଇଛି । ଅଡିର ଏହି କାରରେ ଦୁଇଟି ଟଚସ୍କ୍ରିନ୍ ସିଷ୍ଟମ ରହିଛିି । ଗୋଟିଏ ଇନଫୋଟେନମେଂଟ ସିଷ୍ଟମ୍ ପାଇଁ ହୋଇଥିବା ବେଳେ ଅନ୍ୟଟି ଗାଡି ଭିତରର ତାପମାତ୍ରାକୁ ନିୟନ୍ତ୍ରଣରେ ରଖିବା ପାଇଁ କାମ କରିବ । ଏହି କାରରେ ଆହୁରି ଅନେକ ଅପଡେଟେଡ୍ ଫିଚର୍ସ ଦିଆଯାଇଛି ।

ଯେମିତିକି କନେକ୍ଟେଡ୍ କାର୍ ଟେକ୍ନୋଲୋଜ, ଆଣ୍ଡ୍ରୋଏଡ୍ ଅଟୋ ଓ ଆପଲ କାରପ୍ଲେ ସିଷ୍ଟମ, ଏୟାରବ୍ୟାଗ୍ । ଏଥିସହ ୭-ସ୍ପିଡ୍ ଡୁଆଲ କ୍ଲଚ୍ ଗିୟରବକ୍ସ,୧୨.୩ଇଂଚର ଭର୍ଚୁଆଲ୍ କକପିଟ୍, ୮ଟି ଏୟାରବ୍ୟାଗ୍, ଓୟରଲେସ୍ ଚାର୍ଜିଂ ସିଷ୍ଟମ୍ ରହିଛି |

ସମ୍ବନ୍ଧିତ ଖବର