ଭୁବନେଶ୍ୱର: ଜର୍ମାନୀର ଲକ୍ଜୁରୀ କାର୍ ନିର୍ମାତା ଅଡି ଏ୫ ସ୍ପୋର୍ଟବ୍ୟାକ୍, ଏ୫ କ୍ୟାବ୍ରିଓଲେଟ୍ ଏବଂ ଏସ୍୫ ସ୍ପୋର୍ଟବ୍ୟାକ୍ର ଉନ୍ମୋଚନ ହୋଇଛି। କମ୍ପାନିର ପାହାଳସ୍ଥିତ ଅଡି ଭୁବନେଶ୍ୱର ସୋ’ରୁମ୍ରେ ଏହାର ଉନ୍ମୋଚନ ହୋଇଛି। ଆଧୁନିକ ସସ୍ପେନସନ୍, ହାଇ ପର୍ଫର୍ମାନସ୍ ଡ୍ରାଇଭସ୍, ଇନୋଭେଟିଭ୍ ଇନ୍ଫୋଟେନମେଣ୍ଟ ସଲ୍ୟୁସନ୍ସ, ଅଡି ଭର୍ଚ୍ୟୁଆଲ କକ୍ପିଟ, ଅଡି ସ୍ମାର୍ଟଫୋନ୍ ଇଣ୍ଟରଫେସ୍ ଆଦି ସୁବିଧା ଏହି ମଡେଲ କାର ଗୁଡ଼ିକରେ ରହିଛି।
ଅଡି ଏ୫ ସ୍ପୋର୍ଟବ୍ୟାକ୍ର ମୂଲ୍ୟ ୫୪,୦୨,୦୦୦ଟଙ୍କା ରହିଥିବାବେଳେ ଏ୫ କ୍ୟାବ୍ରିଓଲେଟ୍ର ଦାମ୍ ୬୭,୫୧,୦୦୦ଟଙ୍କା ଓ ଏସ୍୫ ସ୍ପୋର୍ଟବ୍ୟାକ୍ର ଦାମ୍ ୭୦,୬୦,୦୦୦ ଟଙ୍କା ରହିଛି।
୨୦୧୭ରେ ଅଡି ନିଜର ଏ୫ ଦ୍ୱାରା ଏକ ନୂତନ ଅଧ୍ୟାୟ ଆରମ୍ଭ କରିଛି। ଏହି ନୂତନ ସେଗ୍ମେଣ୍ଟକୁ ନେଇ କମ୍ପାନି ଗ୍ରାହକମାନଙ୍କୁ ସର୍ବୋତ୍ତମ ଲକ୍ଜୁରି ମୋବିଲିଟି ସଲ୍ୟୁସନ ପ୍ରଦାନ କରୁଛି। ୩ଟି ନୂଆ ମଡେଲ ସହ ୨୦୧୭ରେ ଅଡି ଭାରତରେ ୧୦ଟି ନୂତନ ମଡେଲ ବଜାରକୁ ଆଣିବାର ଲକ୍ଷ୍ୟକୁ ପୂରଣ କରିଛି। ଏହି ଅବସରରେ ଅଡି ଭୁବନେଶ୍ୱରର ଜେନେରାଲ ମ୍ୟାନେଜର ଭରନୀ କୁମାର ଉପସ୍ଥିତ ଥିଲେ। ଶ୍ରୀ କୁମାର କହିଥିଲେ, ଅଡିର ଏହି ୩ଟି ମଡେଲ କାର ଭାରତର ଲକ୍ଜୁରୀ କାର ସେଗ୍ମେଣ୍ଟରେ ପରିବର୍ତ୍ତନ ଆଣିପାରିବ। ଏଥିରେ ଥିବା ସମସ୍ତ ବୈଶିଷ୍ଟ୍ୟ ଭୁବନେଶ୍ୱର ବଜାରରେ ନିଶ୍ଚିତ ଭାବେ ଗ୍ରାହକମାନଙ୍କୁ ଆକୃଷ୍ଟ କରିବ ବୋଲି ସେ କହିଥିଲେ। ଅଡି ଭୁବନେଶ୍ୱର ଏବେ ମାସକୁ ୧୮ରୁ ୨୦ଟି ଗାଡ଼ି ବିକ୍ରି କରୁଛି ବୋଲି ସେ କହିଥିଲେ।
ପୂର୍ବବର୍ତ୍ତୀ ଖବର
ପରବର୍ତ୍ତୀ ଖବର
ସମ୍ବନ୍ଧିତ ଖବର