ଭୁବନେଶ୍ବର: ଅଡି ଭୁବନେଶ୍ବର ପକ୍ଷରୁ ସମ୍ଭାବ୍ୟ ଗ୍ରାହକ ଓ ଅଫ୍-ରୋଡ୍ ଗାଡ଼ିଚାଳନାରେ ରୁଚି ରଖୁଥିବା ଲୋକମାନଙ୍କ ପାଇଁ ‘କ୍ୟୁ-ଡ୍ରାଇଭ୍’ କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି। ବଡ଼ ବଡ଼ ଖାଲ ଓ ଛୋଟ ପାହାଡ଼ ଭଳି ଉଚ୍ଚ ସ୍ଥାନରେ ଅଡ଼ିର ଏସ୍ୟୁଭି କିଭଳି ପ୍ରଦର୍ଶନ କରୁଛି ତାହା ଦେଖାଇବା ଲାଗି ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଥିଲା। ଗାଡ଼ିର କ୍ବାତ୍ରୋ ପ୍ରଯୁକ୍ତି, ବ୍ରେକ୍ ବ୍ୟବସ୍ଥା ଓ ଉଚ୍ଚ ସ୍ଥାନ ଓ ଖାଲ ଢ଼ିପ ଆଦିରେ ଗାଡ଼ିର ସନ୍ତୁଳନ କିଭଳି ରହୁଛି ତାହା ପ୍ରଦର୍ଶିତ କରାଯାଇଥିଲା। ଏ ସମ୍ପର୍କରେ ଅଡି ଭୁବନେଶ୍ବରର ପରିଚାଳନା ନିର୍ଦେଶକ ଦେବଜ୍ୟୋତି ପଟ୍ଟନାୟକ କହିଛନ୍ତି ଯେ ଅଡି କ୍ୟୁ ରେଞ୍ଜ୍ର ଗାଡ଼ିଗୁଡ଼ିକରେ ଥିବା ସୁବିଧା ସୁଯୋଗଗୁଡ଼ିକ ବିଷୟରେ ଗ୍ରାହକଙ୍କୁ ବୁଝାଇବା ପାଇଁ ଏହା ଠାରୁ ଆଉ ଭଲ ଉପାୟ କିଛି ହୋଇନପାରେ। ସବୁଠୁ କଷ୍ଟକର ରାସ୍ତାରେ ଶ୍ରେଷ୍ଠ ପ୍ରଦର୍ଶନ ଦେବାଲାଗି ପ୍ରସ୍ତୁତ କରାଯାଇଥିବା କ୍ବାତ୍ରୋ ପ୍ରଯୁକ୍ତିର ଦକ୍ଷତାକୁ ପ୍ରଦର୍ଶିତ କରିବାର ସୁଯୋଗ ପ୍ରଦାନ କରିଥିଲା ଅଡି କ୍ୟୁ ଡ୍ରାଇଭ୍। ଏହାର ସଫଳତାକୁ ନେଇ ଅଡି ଭୁବନେଶ୍ବରରେ ଆମେ ଅତ୍ୟନ୍ତ ଆନନ୍ଦିତ। ଏଥିରେ ଅଂଶଗ୍ରହଣ କରିଥିବା ପୃଷ୍ଠପୋଷ୍ଠକ ଓ ଅଡି ଉତ୍ସାହୀମାନଙ୍କୁ ଆମେ ଧନ୍ୟବାଦ ଜଣାଇବାକୁ ଚାହୁଛୁ ବୋଲି ସେ କହିଛନ୍ତି।
ଅଡି ଭୁବନେଶ୍ବରର ‘କ୍ୟୁ-ଡ୍ରାଇଭ୍’
/sambad/media/post_attachments/wp-content/uploads/2022/04/gj4g6d4jg65dgjgdjgjdgjddjg.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)