ଅଗଷ୍ଟରେ ୧.୪୩ ଲକ୍ଷ କୋଟିର ଜିଏସଟି ସଂଗ୍ରହ

ନୂଆଦିଲ୍ଲୀ : ନିକଟରେ ସମାପ୍ତ ଅଗଷ୍ଟ ମାସରେ ଦେଶର ଜିଏସଟି ରାଜସ୍ବ ସଂଗ୍ରହ ୧.୪୩ ଲକ୍ଷ କୋଟିକୁ ହ୍ରାସ ପାଇଛି । ଏହା ଜୁଲାଇର ଜିଏସଟି ରାଜସ୍ବ ୧.୪୯ ଲକ୍ଷ କୋଟି ତୁଳନାରେ ୪ ପ୍ରତିଶତ କମ । କିନ୍ତୁ ୨୦୨୧ ଅଗଷ୍ଟ ତୁଳନାରେ ଏହା ୨୮ ପ୍ରତିଶତ ଅଧିକ । ୨୦୨୧ ଅଗଷ୍ଟରେ ଜିଏସଟି ସଂଗ୍ରହ ୧.୧୨ ହଜାର କୋଟିକୁ ହ୍ରାସ ପାଇଥିଲା ।

ଅଗଷ୍ଟ ମାସରେ ସଂଗ୍ରହ ହୋଇଥିବା ୧୪୩,୬୧୨ କୋଟିର ଜିଏସଟି ମଧ୍ୟରୁ କେନ୍ଦ୍ରୀୟ ଜିଏସଟି ଟ. ୨୪,୭୧୦ କୋଟି, ରାଜ୍ୟ ଜିଏସଟି ଟ.୩୦,୯୫୧ କୋଟି, ଇଣ୍ଟିଗ୍ରେଟେଡ ଜିଏସଟି ୭୭,୭୮୨ କୋଟି ଟଙ୍କା ଓ ସେସ ୧୦୧୬୮ କୋଟି ଟଙ୍କା ଅନ୍ତର୍ଭୁକ୍ତ ବୋଲି କେନ୍ଦ୍ର ଅର୍ଥ ମନ୍ତ୍ରାଳୟ ପକ୍ଷରୁ ସୂଚନା ଦିଆଯାଇଛି  । ଏହି ମାସରେ ଓଡ଼ିଶାରେ ଜିଏସଟି ସଂଗ୍ରହ ୧୭ ପ୍ରତିଶତ ବୃଦ୍ଧି ପାଇ ୩୮୮୪ କୋଟିରେ ପହଞ୍ଚିଛି ।

ଏହା ସହିତ  ଚଳିତ ଆର୍ଥିକ ବର୍ଷରେ କ୍ରମାଗତ ୫ ମାସ ଧରି ଦେଶର ଜିଏସଟି ସଂଗ୍ରହ ୧ ଲକ୍ଷ ୪୦ ହଜାର କୋଟି ଉପରେ ରହିଛି । ଗତ ୨୦୨୦ରେ କରୋନା ମହାମାରୀ ବ୍ୟାପିବା ପରେ ଦେଶର ଜିଏସଟି ଆଦାୟ ଗୁରୁତର ଭାବେ ପ୍ରଭାବିତ ହୋଇଥିଲା । ୨୦୨୧ରେ ୨ୟ ଲହର ଆସିବା ପରେ ଜିଏସଟି ସଂଗ୍ରହ ପୁଣି ଥରେ ପ୍ରଭାବିତ ହୋଇଥିଲା । କିନ୍ତୁ ମହାମାରୀ କମିବା ପରେ ଦେଶର ଅର୍ଥନୀତି ପୁଣି ସୁଧୁରିବା ଆରମ୍ଭ କରିଛି ।

 

ସମ୍ବନ୍ଧିତ ଖବର