ଅଗଷ୍ଟରେ ଖୁଚୁରା ମୁଦ୍ରାସ୍ପୀତି ୩.୨୧%କୁ ବୃଦ୍ଧି, ଶିଳ୍ପ ଉତ୍ପାଦନରେ ଉନ୍ନତି

ନୂଆଦିଲ୍ଲୀ : ଅଗଷ୍ଟ ମାସରେ ଖୁଚୁରା ମୁଦ୍ରାସ୍ପୀତି ହାର ବିଗତ ୧୦ ମାସରେ ସର୍ବାଧିକ ସ୍ତର ୩.୨୧ ପ୍ରତିଶତକୁ ବୃଦ୍ଧି ପାଇଛି । ଜୁଲାଇ ମାସରେ ଏହା ୩.୧୫ ପ୍ରତିଶତ ଥିଲା । ଖାଦ୍ୟ ସାମଗ୍ରୀର ଦରବୃଦ୍ଧି କାରଣରୁ ମୁଦ୍ରାସ୍ପୀତି ବଢିଥିବା ଜଣାପଡିଛି । ଅଗଷ୍ଟରେ ଖାଦ୍ୟ ମୁଦ୍ରାସ୍ପୀତି ହାର ୨.୯୯ ପ୍ରତିଶତକୁ ବୃଦ୍ଧି ପାଇଛି । ଜୁଲାଇରେ ଏହା ୨.୩୬ ପ୍ରତିଶତ ଥିଲା ।

ଅନ୍ୟପକ୍ଷରେ ଜୁଲାଇ ମାସରେ ଶିଳ୍ପ ଉତ୍ପାଦନ କ୍ଷେତ୍ରରେ ଉନ୍ନତି ଦେଖାଦେଇଛି । ଜୁଲାଇ ଶିଳ୍ପ ଉତ୍ପାଦନ ଅଭିବୃଦ୍ଧି ୪.୨ ପ୍ରତିଶତ ରହିଛି, ଯାହାକି ଜୁନ ମାସରେ ମାତ୍ର ୨ ପ୍ରତିଶତ ଥିଲା । ଗତ ଜୁଲାଇରେ ଭିତ୍ତିଭୂମି ଉଦ୍ୟୋଗର ଅଭିବୃଦ୍ଧି ୨.୧ ପ୍ରତିଶତ ଥିଲା । ଜୁନ ମାସରେ ଏହା ବିଯୁକ୍ତ ୧.୮ ପ୍ରତିଶତ ଥିଲା । ମୁଦ୍ରାସ୍ପୀତି ହାର ବୃଦ୍ଧି ପାଇବା ଆରମ୍ଭ କରିଥିବାରୁ ରିଜର୍ଭ ବ୍ୟାଙ୍କ ନିଜର ଅକ୍ଟୋବର ଋଣନୀତି ସମୀକ୍ଷାରେ ସୁଧହାର ଅପରିବର୍ତ୍ତିତ ରଖିବାର ସମ୍ଭାବନା ରହିଛି ।

ସମ୍ବନ୍ଧିତ ଖବର