ମୁମ୍ବାଇ: ଟାଟା ସନ୍ସର ସେବାନିବୃତ୍ତ ଅଧ୍ୟକ୍ଷ ରତନ ଟାଟାଙ୍କୁ ଅଷ୍ଟ୍ରେଲିଆର ସର୍ବୋଚ୍ଚ ନାଗରିକ ସମ୍ମାନ ‘ଅର୍ଡର ଅଫ୍‌ ‌ଅଷ୍ଟ୍ରେଲିଆ’ ପ୍ରଦାନ କରାଯାଇଛି। ଭାରତରେ ଅବସ୍ଥାପିତ ଅଷ୍ଟ୍ରେଲିଆର ରାଷ୍ଟ୍ରଦୂତ ବେରି ଓ’ଫାରେଲ୍‌ ଏହା ଜଣାଇଛନ୍ତି। ଟାଟାଙ୍କ ଯୋଗଦାନ କେବଳ ଭାରତ ନୁହେଁ ଅଷ୍ଟ୍ରେଲିଆରେ ମଧ୍ୟ ଉଲ୍ଲେଖନୀୟ ପ୍ରଭାବ ସୃଷ୍ଟି କରିଛି। ଭାରତ-ଅଷ୍ଟ୍ରେଲିଆର ଦୀର୍ଘସ୍ଥାୟୀ ସମ୍ପର୍କ ପ୍ରତି ଯୋଗଦାନ ଲାଗି ତାଙ୍କୁ ଅର୍ଡର ଅଫ୍‌ ଅଷ୍ଟ୍ରେଲିଆ ସମ୍ମାନ ପ୍ରଦାନ କରାଯାଇଛି ବୋଲି ସେ କହିଛନ୍ତି।