ମୁମ୍ବାଇ: ଷ୍ଟକ ବଜାର କାରବାରକୁ ଅଧିକାଂଶ ଲୋକ ବୁଝିପାରନ୍ତି ନାହିଁ। ସେଥିପାଇଁ ଟ୍ରେଡିଂଠାରୁ ଦୂରେଇ ରହିବା ଉଚିତ ଭାବନ୍ତି। ହିସାବ ଜାଣିଥିବା ଲୋକମାନେ ଏହି କାମ ଭଲ ଭାବେ କରିପାରନ୍ତି ବୋଲି ସାଧାରଣରେ ଧାରଣା ରହିଛି। କିନ୍ତୁ ଜଣେ ଅଟୋ ଚାଳକ ଟ୍ରେଡିଂ ଉପରେ ପରାମର୍ଶ ଦେଇ ସମସ୍ତଙ୍କୁ ଚକିତ କରିଛନ୍ତି। ଜଣେ ଟ୍ବିଟର୍ ବ୍ୟବହାରକାରୀ ତାଙ୍କ ସହ କରିଥିବା ବାର୍ତାଳାପକୁ ଟୁଇଟ୍ କରିଛନ୍ତି। ଅପ୍ସନ୍ ଚାର୍ଟ ବିଷୟରେ ନିଜ ରଣନୀତି ବର୍ଣ୍ଣନା କରି ଚାଳକ ଜଣକ କହିଛନ୍ତି ଯେ ଯେତେବେଳେ ଗୋଟିଏ ସ୍ତର ଅତିକ୍ରମ କରିବ ତେବେ ଆଗକୁ ବଢ଼ ଓ ୫ ମିନିଟ୍ରେ ବାହାରି ଆସ। ପାଞ୍ଚ ମିନିଟ୍ରେ ବାହାରିବାକୁ ହେବ। ବିନା ଭୟରେ ବଡ଼ ବଡ଼ ଲଟ୍ ଲଗାଅ। ରୁଷ୍ ସହ ମିଶି ଚୀନ୍ ଏହି ଯୋଜନା କରିଛି। ଯଦି ମୁଦ୍ରାସ୍ଫୀତି ଭୟ ନଥାନ୍ତା ତେବେ ବଜାର ଏଭଳି ତଳକୁ ଖସିଥାନ୍ତା କି ବୋଲି ଚାଳକ ଜଣକ ପ୍ରଶ୍ନ କରିଥିଲେ। ଏହା ଶୁଣିବା ପରେ ଯାତ୍ରୀ ଜଣକ କହିଥିଲେ ମୁଁ ବି ଅପ୍ସନ୍ ଟ୍ରେଡିଂ କରେ। ଚାଳକ ଜଣକ ଏହା ଶୁଣି ପ୍ରଶ୍ନ କରିଥିଲେ କିଣନ୍ତି ନା ବିକନ୍ତି। ୨୯ ଦିନରେ ପଇସା ବଢ଼େ ଓ ଗୋଟିଏ ଦିନରେ ସବୁ କିଛି ଉଡ଼ିଯାଏ ବୋଲି ଚାଳକ ଜଣକ କହିଥିଲେ।
ଟ୍ରେଡିଂ ପରାମର୍ଶ ଦେଇ ଚର୍ଚ୍ଚାରେ ଅଟୋ ଚାଳକ
/sambad/media/post_attachments/wp-content/uploads/2019/01/auto_driver_chennai_rs_38_lakh_cash_police_a_k_viswanathan_tuticorin_parthiban_1546756539_725x725.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)