ନୂଆଦିଲ୍ଲୀ: ଅଟୋ ଏକ୍ସପୋର ଦ୍ୱିତୀୟ ଦିନର ଆକର୍ଷଣ ସାଜିଛନ୍ତି ବିଭିନ୍ନ କଂପାନିର ଇଲେକ୍ଟ୍ରିକ ଯାନ। ଭାରତ ଇଲେକ୍ଟ୍ରିକ ଯାନ ପାଇଁ ପ୍ରସ୍ତୁତ ହେଉଥିବା ବେଳେ ଏହି ଗାଡ଼ିଗୁଡ଼ିକୁ ଦେଖିବା ପାଇଁ ଲୋକମାନଙ୍କ ମଧ୍ୟରେ ପ୍ରବଳ ଉତ୍ସାହ ଦେଖିବାକୁ ମିଳିଛି। ଆଜି କେତେକ ଇଲେକ୍ଟ୍ରିକ୍ ବାଇକ୍, ସ୍କୁଟର ଏବଂ ଅଟୋକୁ ଉନ୍ମୋଚନ କରାଯାଇଛି। ଏଥିସହିତ ମାରୁତି ସୁଜୁକି ଇଣ୍ଡିଆ ଏହାର ନୂଆ ସ୍ୱିଫ୍ଟ ଉପରୁ ମଧ୍ୟ ପରଦା ଉଠାଇଛି। ନୂଆ ସ୍ୱିଫ୍ଟର ମୂଲ୍ୟ ୪.୯୯ ଲକ୍ଷ ଟଙ୍କାରୁ ଆରମ୍ଭ ହୋଇଛି। ଏହା ଉଭୟ ପେଟ୍ରୋଲ୍ ଏବଂ ଡିଜେଲ୍ ଭାରିଆଣ୍ଟ୍ରେ ଉପଲବ୍ଧ ହେବ। ଆଜି ଆମେରିକାର କଂପାନି ୟୁଏମ୍ ଲୋହିଆ ଟୁ ହ୍ଵିଲର୍ସ ବିଶ୍ୱର ପ୍ରଥମ ଇଲେକ୍ଟ୍ରିକ୍ କ୍ରୁଜର ମୋଟରସାଇକଲ୍ ‘ରେନିଗେଡ୍ ଥର’କୁ ପ୍ରଦର୍ଶିତ କରିଛି। ୨୦୨୦ରେ ଏହା ଭାରତ ଆସିବ। ଏହାର ମୂଲ୍ୟ ୫ ଲକ୍ଷ ଟଙ୍କା। ବାଙ୍ଗାଲୋର୍ର କଂପାନି ଏମ୍ଫ୍ଲକ୍ସ ମୋଟର୍ସ ଏହାର ଇଲେକ୍ଟ୍ରିକ୍ ସୁପରବାଇକ୍ ‘ଏମ୍ଫ୍ଲକ୍ସ ଓ୍ଵାନ୍’କୁ ଉନ୍ମୋଚନ କରିଛି। ଏହା ଘଣ୍ଟା ପ୍ରତି ୨୦୦ କିମି ବେଗରେ ଗତି କରିବ। ୨୦୧୯ରେ ଏହା ବଜାରକୁ ଆସିବ। ଏହାର ମୂଲ୍ୟ ୫ ଲକ୍ଷ ଟଙ୍କାରୁ ଅଧିକ। ସ୍ୱିଡେନର କଂପାନି ଏହାର ଇକେକ୍ଟ୍ରିକ୍ କାର୍ ଆଣିଥିବା ବେଳେ ଲୋହିଆ ଗ୍ରୁପ୍ ଏହାର ତିନି ଚକିଆ ଇଲେକ୍ଟ୍ରିକ୍ ଯାନ ଆଣିଛି। ୨୨ ମୋଟର୍ସ ପକ୍ଷରୁ ଏକ ଇଲେକ୍ଟ୍ରିକ୍ ସ୍କୁଟରର ଉନ୍ମୋଚନ କରାଯାଇଛି। ଏହାର ଏକ୍ସ ସୋରୁମ ମୂଲ୍ୟ ୭୪,୭୪୦ ଟଙ୍କା ରହିଛି।
ଅଟୋ ଏକ୍ସପୋ ୨୦୧୮: ଇଲେକ୍ଟ୍ରିକ୍ ଯାନର ଭିଡ଼
/sambad/media/post_attachments/wp-content/uploads/2018/02/dc-tca_827x510_81518086429.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)