ନୂଆଦିଲ୍ଲୀ,: ଭାରତୀୟ ଅଟୋମୋବାଇଲ୍ ନିର୍ମାତା ସଂଘ (ସିଆମ୍) ପକ୍ଷରୁ ଆୟୋଜନ କରାଯାଉଥିବା ଅଟୋ ଏକ୍ସପୋ ଏଥର ଏହାର ଚମକ ହରାଇବ। ଅନେକ ବଡ଼ ବଡ଼ କଂପାନି ଏଥିରେ ଭାଗ ନେବେ ନାହିଁ ବୋଲି କହିସାରିଲେଣି। ବଜାଜ ଅଟୋ, ହାର୍ଲି ଡାଭିଡ୍ସନ୍, ରୟାଲ୍ ଏନ୍ଫିଲ୍ଡ, ଫୋର୍ଡ ଏବଂ ଫକ୍ସଓ୍ଵାଗନ ଭଳି ସଂସ୍ଥା ଚଳିତ ବର୍ଷର ଏକ୍ସପୋରେ ଭାଗ ନେବେ ନାହିଁ। ଏକ୍ସପୋରେ ଭାଗ ନନେବା ବିଷୟରେ କଂପାନିଗୁଡ଼ିକ ବିଭିନ୍ନ ପ୍ରକାର କାରଣ ଦର୍ଶାଇଛନ୍ତି। ସେମାନେ କହିଛନ୍ତି ଯେ ଏହା ଦ୍ୱାରା ଖର୍ଚ ବଢ଼ୁଛି। ଏକ୍ସପୋ ଯେଉଁଠାରେ ଆୟୋଜନ କରାଯାଉଛି ତାହା ଠିକ୍ ଜାଗା ନୁହେଁ। ଏକ୍ସପୋରେ କେବଳ କାର୍ ଏବଂ ଏସ୍ୟୁଭିକୁ ଗୁରୁତ୍ୱ ଦିଆଯାଉଛି। ବାଇକ୍, ବସ୍ କିମ୍ବା ଟ୍ରକ୍ ନିର୍ମାତାଙ୍କ ପାଇଁ ସେଠାରେ ବିଶେଷ ସୁଯୋଗ ନାହିଁ ବୋଲି କଂପାନିଗୁଡ଼ିକ କହିଛନ୍ତି।
କିଛି କଂପାନି ଏଥିପାଇଁ ଏକ୍ସପୋରେ ଭାଗ ନେଉନାହାନ୍ତି କାରଣ ସେଠାରେ ପ୍ରଦର୍ଶନ କରିବାକୁ ସେମାନଙ୍କ ପାଖରେ କୌଣସି ନୂଆ ମଡେଲ୍ କିମ୍ବା ପରିକଳ୍ପନା ନାହିଁ।
ଅନେକ କଂପାନି ଅଟୋ ଏକ୍ସପୋଠାରୁ ଦୂରେଇ ରହୁଥିବା ବେଳେ ଚଳିତ ବର୍ଷ କିଆ ଏବଂ କାଓ୍ଵାସାକି ଭଳି ନୂଆ କଂପାନି ସେମାନଙ୍କ ଉତ୍ପାଦ ପ୍ରଦର୍ଶନ କରିବାକୁ ଆଗ୍ରହ ଦେଖାଇଛନ୍ତି। ମାରୁତି ସୁଜୁକି, ହୁଣ୍ଡାଇ, ହିରୋ, ଟାଟା ମୋଟରସ୍ ଏବଂ ହୋଣ୍ଡା ଭଳି ଲୋକପ୍ରିୟ କଂପାନି ଏକ୍ସପୋରେ ଭାଗ ନେବେ।
ଚଳିତ ବର୍ଷର ଅଟୋ ଏକ୍ସପୋ ଆସନ୍ତା ମାସରେ ଗ୍ରେଟର ନୋଏଡାର ଇଣ୍ଡିଆ ଏକ୍ସପୋ ମାର୍ଟରେ ଆରମ୍ଭ ହେବ। ଏହା ସପ୍ତାହବ୍ୟାପୀ ଚାଲିବ। ଏଥିରେ ଭାଗ ନେଉଥିବା କଂପାନିଗୁଡ଼ିକ ୧୦-୨୫ କୋଟି ଟଙ୍କା ପର୍ଯ୍ୟନ୍ତ ଖର୍ଚ ହୁଏ ବୋଲି କୁହାଯାଉଛି। ଷ୍ଟଲ୍ ବୁକିଙ୍ଗ୍ଠାରୁ ଆରମ୍ଭ କରି ଖାଦ୍ୟ, ପାନୀୟ, ବିଦ୍ୟୁତ ସଂଯୋଗ, ଆଲୋକ ବ୍ୟବସ୍ଥା, ସାଜ୍ଜସଜା, ଗଣମାଧ୍ୟମ ଏବଂ ଇଭେଣ୍ଟ୍ ମ୍ୟାନେଜମେଣ୍ଟ୍, ପରିବହନ ଏବଂ ସେଲିବ୍ରିଟି ପ୍ରଚାର ଆଦି ବିଭିନ୍ନ କାମ ପାଇଁ କଂପାନିଗୁଡ଼ିକୁ ଏକ୍ସପୋ ଅବସରରେ ଖର୍ଚ କରିବାକୁ ପଡ଼ିଥାଏ।
ଚମକ ହରାଇବ ଅଟୋ ଏକ୍ସପୋ:ଭାଗ ନେବେନି ୩୦ କଂପାନି
/sambad/media/post_attachments/wp-content/uploads/2018/01/auto-expo.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)