ଅଟୋ ଗ୍ରେଡ୍ ଇସ୍ପାତ ଉତ୍ପାଦନ କରିବ

ସେଲ୍‌ ପକ୍ଷରୁ ରାଉରକେଲା ଷ୍ଟିଲ୍ ପ୍ଲାଣ୍ଟ୍‌ର ଉତ୍ପାଦନ କ୍ଷମତାକୁ ବର୍ତ୍ତମାନର ବାର୍ଷିକ ୪.୫ ନିୟୁତ ଟନ୍‌ରୁ ବଢ଼ାଇ ୧୦ ନିୟୁତ ଟନ୍ କରାଯିବ। ଏବାବଦରେ କଂପାନି ୪୧ ହଜାର କୋଟି ଟଙ୍କା ଖର୍ଚ କରିବ ବୋଲି ସେଲ୍‌ର ଅଧ୍ୟକ୍ଷ ଅନୀଲ କୁମାର ଚୌଧୁରୀ କହିଛନ୍ତି। ଏହି ସମ୍ପ୍ରସାରଣ ପ୍ରକଳ୍ପ କାର୍ଯ୍ୟକାରୀ ହେଲେ ରାଜ୍ୟରେ ୧୦ ହଜାର ପ୍ରତ୍ୟକ୍ଷ ଓ ୫୦ ହଜାର ପରୋକ୍ଷ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ। ରାଉରକେଲା ଷ୍ଟିଲ୍‌ ପ୍ଲାଣ୍ଟ୍‌ରେ କଂପାନି ଅଟୋମୋବାଇଲ୍ ଶିଳ୍ପରେ ବ୍ୟବହାର ହେଉଥିବା ମାନର ଇସ୍ପାତ ଉତ୍ପାଦନ କରିବାକୁ ଲକ୍ଷ୍ୟ ରଖିଛି ବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର