ଦେବାଳିଆ ସ୍ଥିତିରେ ଏଭିଭା ଜୀବନ ବୀମା କମ୍ପାନୀ !

ମୁମ୍ବାଇ: ଏଭିଭା ଜୀବନ ବୀମା କମ୍ପାନୀ ଉପରେ ଦେବାଳିଆ ହେବା ଭଳି ସ୍ଥିତି ସୃଷ୍ଟି ହୋଇପାରେ | ନ୍ୟାସନାଲ କମ୍ପାନୀ ଲ ଟ୍ରିବ୍ୟୁନାଲ ଏଭିଭା ଲାଇଫ ଇନ୍ସ୍ୟୁରାନ୍ସ ସମ୍ବଦ୍ଧିତ ଏକ ଯାଚିକାକୁ ସ୍ୱୀକାର କରିନେଇଛନ୍ତି | ଯାହାକୁ ନେଇ ଏବେ ଚର୍ଚ୍ଚା ଆରମ୍ଭ ହୋଇଯାଇଛି | ଏଭିଭା ବିରୋଧରେ ଏହି ଯାଚିକା ଏପିଜେ ଟ୍ରଷ୍ଟ ପକ୍ଷରୁ ଦାୟର କରାଯାଇଥିଲା | ଯାଚିକା ସ୍ୱୀକାର ହେବା ପରେ ଟ୍ରିବ୍ୟୁନାଲର ଦିଲ୍ଲୀ ଶାଖା ପକ୍ଷରୁ ଏହାର ତଦନ୍ତ କରିବାକୁ ନିର୍ଦ୍ଦେଶ ଦିଆଯାଇଛି | ମିଳିଥିବା ସୂଚନା ମୁତାବକ ଜୁନ ୨୦୦୮ ମସିହାରେ ଏଭିଭା ପକ୍ଷରୁ ଏପିଜେ ଟ୍ରଷ୍ଟ ପକ୍ଷରୁ ମୁମ୍ବାଇଠାରେ ଏକ ଅଫିସକୁ ଭଡା ସୂତ୍ରରେ ନିଆଯାଇଥିଲା |

ଯାଚିକା କର୍ତ୍ତାଙ୍କ କହିବା ମୁତାବକ ଏଭିଭା ପକ୍ଷରୁ ଏହି ଅଫିସ ପାଇଁ ପାଖାପାଖି ୨୮ ଲକ୍ଷ ଟଙ୍କା ଭଡା ବାକି ରହିଛି | ଏପିଜେ ଟ୍ରଷ୍ଟ ପକ୍ଷରୁ ଏପ୍ରିଲ ମାସରେ ଦେବାଳିଆ ଆଇନର ଧାରା ୮ ଅନୁସାରେ ଏହି ଭଡା ଅର୍ଥ ପାଇବା ପାଇଁ ନୋଟିସ ପଠାଯାଇଥିଲା | ତେବେ ଏହି ନୋଟିସକୁ ଏଭିଭା ପକ୍ଷରୁ ପ୍ରତ୍ୟାଖାନ କରାଯିବା ସହ କୌଣସି ଭଡା ଅର୍ଥ ଦେବାକୁ ମନା କରିଦିଆଯାଇଥିଲା |

କମ୍ପାନୀ ପକ୍ଷରୁ କୁହାଯାଇଥିଲା ଯେ ଏହା ଏକ ଇନ୍ସ୍ୟୁରାନ୍ସ କମ୍ପାନୀ ହୋଇଥିବାରୁ ବିତ୍ତିୟ କ୍ଷେତ୍ର ନିୟାମକ ଅନୁସାରେ ହିଁ ପରିଚାଳିତ ହେବ | ଦୁଇ ପକ୍ଷର ଦଲିଲ ଶୁଣିବା ପରେ ଟ୍ରିବ୍ୟୁନାଲ ଏଭିଭା ବିରୋଧରେ ଦେବାଳିଆ ପ୍ରକ୍ରିୟା ଆରମ୍ଭ କରିବାକୁ ଆଦେଶ ଦେଇଛନ୍ତି |

ସମ୍ବନ୍ଧିତ ଖବର