ମୁମ୍ବାଇ: ଲୋକପ୍ରିୟ ମେସେଜିଂ ଆପ୍ ମଧ୍ୟରେ ହ୍ବାଟ୍ସଆପ୍ ସବୁଠାରୁ ଆଗରେ। ଅଧିକାଂଶ ଲୋକ ମେସେଜ୍ ଦିଆ ନିଆ ପାଇଁ ଏହି ଆପ୍ ହିଁ ବ୍ୟବହାର କରିଥାନ୍ତି। ମାତ୍ର ଅଜଣା ହେତୁ କିଛି ଲୋକ ହ୍ବାଟ୍ସଆପ୍ ପଲିସ୍ ଉପରେ ଧ୍ୟାନ ନଦେଇ ଅସୁବିଧାର ସମ୍ମୁଖୀନ ହୋଇଥାନ୍ତି। ଆପଣ ଜାଣନ୍ତି କି ହ୍ବାଟ୍ସଆପ୍ ପଲିସ୍ ଯଦି ଆପଣ ଠିକ୍ ଭାବରେ ନମାନନ୍ତି ଆପଣଙ୍କୁ ଜେଲ୍ ବି ହୋଇ ଯାଇପାରେ। ଅର୍ଥାତ ଆପଣଙ୍କୁ ହ୍ବାଟ୍ସଆପ୍ରେ ମେସେଜ୍ ପଠାଇବା ପୂର୍ବରୁ କଣ୍ଟେଣ୍ଟ୍ ଉପରେ ଧ୍ୟାନ ଦେବା ଜରୁରୀ।
ଯଦି ଆପଣ କିଛି ହ୍ବାଟ୍ସଆପ୍ ଗ୍ରୁପ୍ର ଆଡ୍ମିନ୍ ଅଛନ୍ତି ତ ଆପଣଙ୍କ ଉପରେ ଦାୟିତ୍ବ ଭାର ଆହୁରି ଅଧିକ ବଢ଼ିଯିବ। ଆପଣଙ୍କୁ ନିଜ ପୋଷ୍ଟ୍ ସହିତ ଗ୍ରୁପ୍ର ଅନ୍ୟ ସଦସ୍ୟମାନଙ୍କ ପୋଷ୍ଟ୍ ଉପରେ ବି ଧ୍ୟାନ ଦେବାକୁ ପଡ଼ିବ।
ଏପରି କିଛି ପୋଷ୍ଟ୍ ଥାଏ ଯାହା ସମାଜରେ ହିଂସା ଓ ଘୃଣା ପ୍ରଘଟ କରେ। ଏପରି ପୋଷ୍ଟ୍ରୁ ନିଜକୁ ଦୂରେଇ ରଖନ୍ତୁ। ହ୍ବାଟ୍ସଆପ୍ରେ ଯଦି ଆପଣ ଏଭଳି କଣ୍ଟେଣ୍ଟ୍ର କିଛି ପୋଷ୍ଟ୍ ସେୟାର କରୁଛନ୍ତି ତ ଆପଣଙ୍କ ଉପରେ ମାମଲାେ ରୁଜୁ ହୋଇପାରେ। ଏପରିକି ଆପଣ ଜେଲ୍ ବି ଯାଇପାରନ୍ତି। କେବଳ ସେତିକି ନୁହେଁ, କମ୍ପାନୀକୁ ଅଭିଯୋଗ ହେଲେ ଗୋଟାଏ ମୁହୂର୍ତ୍ତରେ ଆପଣଙ୍କ ହ୍ବାଟ୍ସଆପ୍ ଆକାଉଣ୍ଟ୍ ବନ୍ଦ ହୋଇ ଯାଇପାରେ।
ହ୍ବାଟ୍ସଆପ୍ ପଲିସ୍ ମାନନୁଥିବା ଲକ୍ଷ ଲକ୍ଷ ଆକାଉଣ୍ଟ୍କୁ ଗୋଟାଏ ମାସ ମଧ୍ୟରେ କମ୍ପାନୀ ବନ୍ଦ କରି ଦେଇଥାଏ। ଆକାଉଣ୍ଟ୍କୁ ରିକଭରି କରିବା ସମୟରେ ଆପଣଙ୍କୁ ଅନେକ ସଫେଇ ଦେବାକୁ ପଡ଼ିବ।