ଭୁବନେଶ୍ୱର: ଅଗ୍ରଣୀ ଉଚ୍ଚ ଶିକ୍ଷା କଂପାନି କ୍ୱାକ୍ୱାରେଲି ସାଇମଣ୍ଡସ୍ (କ୍ୟୁଏସ୍) ତରଫରୁ ଏସ୍ଆର୍ଏମ୍ ବିଶ୍ୱବିଦ୍ୟାଳୟକୁ ୪ ଷ୍ଟାର୍ ରେଟିଂ ପୁରସ୍କାର ପ୍ରଦାନ କରାଯାଇଛି। ଶିକ୍ଷାଦାନ, ନିଯୁକ୍ତି ପ୍ରଦାନ ଏବଂ ଅନ୍ତୁର୍ଭକ୍ତୀକରଣ କ୍ଷେତ୍ରରେ ବିଶ୍ୱବିଦ୍ୟାଳୟକୁ ୫ ଷ୍ଟାର୍ ରେଟିଂ ମିଳିଛି। କିନ୍ତୁ ସବୁ କିଛି ବିଚାରକୁ ନେବା ପରେ ଚୂଡ଼ାନ୍ତ ରେଟିଂ ଭାବେ ୪ ଷ୍ଟାର୍ ପ୍ରଦାନ କରାଯାଇଛି। ଦୁନିଆର ଶ୍ରେଷ୍ଠ ବିଶ୍ୱବିଦ୍ୟାଳୟ ର୍ୟାଙ୍କିଙ୍ଗ ପ୍ରଦାନ କରିଥାଏ କ୍ୟୁଏସ୍। ରେଟିଂ ଦେବା ପୂର୍ବରୁ ଏହା ବିଶ୍ୱବିଦ୍ୟାଳୟର ପ୍ରତ୍ୟକଟି ବିଷୟକୁ ନିକିନିଖି ଭାବେ ଅନୁଧ୍ୟାନ କରାଯାଇଥିଲା। ୫୦ଟି ଭିନ୍ନ ମାନଦଣ୍ଡକୁ ବିଚାରକୁ ନିଆଯାଇଥିଲା। ୨୦୧୬ ଡିସେମ୍ବରରୁ ଏହି ପ୍ରକ୍ରିୟା ଆରମ୍ଭ କରାଯାଇଥିଲା। ଭାରତର ଦୁଇଟି ବିଶ୍ୱବିଦ୍ୟାଳୟକୁ କ୍ୟୁଏସ୍ ୪ ଷ୍ଟାର୍ ରେଟିଂ ମିଳିଛି। ସେଥି ମଧ୍ୟରୁ ଏସ୍ଆର୍ଏମ୍ ବିଶ୍ୱବିଦ୍ୟାଳୟ ଗୋଟିଏ।
ଏସ୍ଆର୍ଏମ୍ ବିଶ୍ୱବିଦ୍ୟାଳୟକୁ ୪ ଷ୍ଟାର୍ ରେଟିଂ ପୁରସ୍କାର
/sambad/media/post_attachments/wp-content/uploads/2017/10/images-3.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)