ହରିଦ୍ବାର: ପତଞ୍ଜଳି ବିଶ୍ବବିଦ୍ୟାଳୟ ସଭାକକ୍ଷରେ ଜୈବିକ ଏବଂ ପ୍ରାକୃତିକ ଚାଷ ଉପରେ ଏକ ଦିନିକିଆ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ରାଷ୍ଟ୍ରୀୟ ଜୈବିକ ଏବଂ ପ୍ରାକୃତିକ ଚାଷ କେନ୍ଦ୍ର, ଗାଜିଆବାଦ ଏବଂ ପତଞ୍ଜଳି ଜୈବିକ ଅନୁସନ୍ଧାନ ସଂସ୍ଥାନ, ହରିଦ୍ବାରର ମିଳିତ ତତ୍ତ୍ବାବଧାନରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ନିକଟସ୍ଥ ଗ୍ରାମଗୁଡ଼ିକରୁ ପ୍ରାୟ ୫୦୦ ଚାଷୀ ଯୋଗ ଦେଇଥିଲେ।
କାର୍ଯ୍ୟକ୍ରମରେ ପତଞ୍ଜଳିର ଆଚାର୍ଯ୍ୟ ବାଳକୃଷ୍ଣ ଚାଷୀମାନଙ୍କୁ ସମ୍ବୋଧିତ କରି ବିଷମୁକ୍ତ ଚାଷ କରିବା ପାଇଁ ପରାମର୍ଶ ଦେଇଥିଲେ। ଅନ୍ତତଃପକ୍ଷେ ନିଜର ଖାଦ୍ୟ ଆବଶ୍ୟକତା ପୂରଣ ପାଇଁ କରାଯାଉଥିବା ଚାଷକୁ ଜୈବିକ ଓ ପ୍ରାକୃତିକ ଉପାୟରେ କରିବାକୁ ସେ ଆହ୍ବାନ ଦେଇଥିଲେ। ଏଥିରେ ରାଷ୍ଟ୍ରୀୟ ଜୈବିକ ଏବଂ ପ୍ରାକୃତିକ ଚାଷ କେନ୍ଦ୍ର ଗାଜିଆବାଦର ନିର୍ଦ୍ଦେଶକ ଡ. ଗଗନେଶ ଶର୍ମା, ଉତ୍ତରାଖଣ୍ଡ କୃଷି ବିଭାଗର ଯୁଗ୍ମ ନିର୍ଦ୍ଦେଶକ ଏକେ ଉପାଧ୍ୟାୟ, ପ୍ରଖଣ୍ଡ ବାୟୋ ଏନର୍ଜି ଫାର୍ମର ପ୍ରଡ୍ୟୁସର କମ୍ପାନିର ଏମଡି ହିତେଶ ଚୌଧାରୀ ଓ ଅନ୍ୟମାନେ ଯୋଗ ଦେଇ ଜୈବିକ ଓ ପ୍ରାକୃତିକ ଚାଷର ବିଭିନ୍ନ ଦିଗ ଓ ସୁବିଧା ଉପରେ ଆଲୋଚନା କରିଥିଲେ। ପତଞ୍ଜଳି ଜୈବିକ ଗବେଷଣା ପ୍ରତିଷ୍ଠାନର ସିଜିଏମ ପୱନ କୁମାର କାର୍ଯ୍ୟକ୍ରମ ସଂଚାଳନ କରିଥିଲେ। ବିଭିନ୍ନ ଉତ୍ପାଦର ପ୍ରଦର୍ଶନ ଏହି ଅବସରରେ କରାଯାଇଥିଲା।