ନିବେଶ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ

ଭୁବନେଶ୍ବର: ହୋଟେଲ ନ୍ୟୁ ମାରିଅନ୍‌‌ରେ ଆଜି ଏକ ନିବେଶ ସଚେତନତା କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। ଫିନ୍‌ଷ୍ଟ୍ରାଟେଜି କନ୍‌ସଲ୍‌ଟାନ୍ସି ତରଫରୁ ଆୟୋଜନ କରାଯାଇଥିବା ଏହି କାର୍ଯ୍ୟକ୍ରମରେ ସିୱାଇଏସ୍‌ଡିର ସହ ପ୍ରତିଷ୍ଠାତା ଜଗଦ୍ଦାନନ୍ଦ, ଆଚାର୍ଯ୍ୟ ହରିହର ଆଞ୍ଚଳିକ କର୍କଟ କେନ୍ଦ୍ରର ନିର୍ଦେଶକ ଡକ୍ଟର ଲଲାଟେନ୍ଦୁ ଷଡ଼ଙ୍ଗୀ, ପୂର୍ବତନ ମନ୍ତ୍ରୀ ଡକ୍ଟର ଦାମୋଦର ରାଉତ, ଗୃହ ବିଭାଗର ଅତିରିକ୍ତ ସଚିବ ପ୍ରାର୍ଥ ସାରଥୀ ମିଶ୍ର ଓ ପୂର୍ବତନ ରେଳବାଇର ଅଧିକାରୀ ବିଜୟ କୁମାର ମିଶ୍ର ଅତିଥି ଭାବେ ଯୋଗ ଦେଇଥିଲେ। ଏହି ଅବସରରେ ଆଦିତ୍ୟ ବିର୍ଲା ସନଲାଇଫ୍‌ର ଆଞ୍ଚଳିକ ମୁଖ୍ୟ ଅଭିଷେକ କୁମାର ଓ ଚାର୍ଟାର୍ଡ ଆକାଉଣ୍ଟାଣ୍ଟ୍‌ ଓମ୍ ମହାପାତ୍ର ନିବେଶର ବିଭିନ୍ନ ଦିଗ, ସେଥିରେ ରହିଥିବା ବିପଦ, ଅବସର ପାଇଁ ଯୋଜନା ଏବଂ ଜୀବନର ବିଭିନ୍ନ ଲକ୍ଷ୍ୟ ହାସଲ ପାଇଁ କିଭଳି ଆର୍ଥିକ ଯୋଜନା ପ୍ରସ୍ତୁତ କରାଯାଏ ତାହା ଜଣାଇଥିଲେ।

ସମ୍ବନ୍ଧିତ ଖବର