ଏଚ୍ପିସିଏଲ୍କୁ ପୁରସ୍କାର
କେନ୍ଦ୍ରୀୟ ଭିଜିଲାନ୍ସ କମିସନଙ୍କ ତରପରୁ ଏଚ୍ପିସିଏଲ୍କୁ ‘ଦୁର୍ନୀତି ନିବାରଣ ଉତ୍କର୍ଷ ପୁରସ୍କାର-୨୦୧୭’ ପ୍ରଦାନ କରାଯାଇଛି। ଏକ ଉଚ୍ଚ ସ୍ତରୀୟ କମିଟି ତରଫରୁ ପୁରସ୍କାରର ବିଜେତା ଚୟନ କରାଯାଇଛି। କଂପାନିର ସିଭିଓ ୟୁ କ୍ରିଷ୍ଣମୂର୍ତି ଉପ ରାଷ୍ଟ୍ରପତି ଭେଙ୍କୟା ନାଇଡୁଙ୍କଠାରୁ ପୁରସ୍କାର ଗ୍ରହଣ କରିଛନ୍ତି। ନୂଆଦିଲ୍ଲୀର ବିଜ୍ଞାନ ଭବନଠାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ରାଷ୍ଟ୍ରମନ୍ତ୍ରୀ ଡକ୍ଟର ଜିତେନ୍ଦ୍ର ସିଂହ ଏବଂ କେନ୍ଦ୍ରୀୟ ଭିଜିଲାନ୍ସ କମିସନର କେ ଭି ଚୌଧୁରୀ ଉପସ୍ଥିତ ଥିଲେ।
ଓଡ଼ିଶା ଗ୍ରାମ୍ୟ ବ୍ୟାଙ୍କ
ଓଡ଼ିଶା ଗ୍ରାମ୍ୟ ବ୍ୟାଙ୍କ (ଓଜିବି) ତରଫରୁ ବ୍ୟାଙ୍କର ମୁଖ୍ୟ କାର୍ଯ୍ୟାଳୟଠାରେ ଦୁର୍ନୀତି ନିବାରଣ ସଚେତନତା ସପ୍ତାହ ପାଳନ କରାଯାଇଛି। ବ୍ୟାଙ୍କର ଅଧ୍ୟକ୍ଷ ବୃନ୍ଦାବନ ନାୟକଙ୍କ ନେତୃତ୍ୱରେ ଶତାଧିକ କର୍ମଚାରୀ କାର୍ଯ୍ୟକ୍ଷେତ୍ର ଏବଂ ସାଧାରଣ ଜୀବନରେ ସ୍ୱଚ୍ଛତା ଏବଂ ସଚ୍ଚୋଟତା ବଜାୟ ରଖିବା ପାଇଁ ଶପତ ପାଠ କରିଛନ୍ତି। ଏହି ସପ୍ତାହ ପାଳନ ଅବସରରେ ବ୍ୟାଙ୍କ ପକ୍ଷରୁ ବିଭିନ୍ନ ପ୍ରକାର କାର୍ଯ୍ୟକ୍ରମ ଆୟୋଜନ କରାଯିବ। ଦୁର୍ନୀତିମୁକ୍ତ ସମାଜ ଗଠନ ପାଇଁ ଶ୍ରୀ ନାୟକ ସମସ୍ତଙ୍କ ସହଯୋଗ କାମନା କରିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2017/11/HPCL-1.jpg)