ମୁମ୍ବାଇ: ଚଳିତ ଆର୍ଥିକ ବର୍ଷ ପାଇଁ ବିଦେଶରୁ ସୁନା ଏବଂ ରୁପା ଆମଦାନି କରିବାକୁ ଅନୁମତି ପାଇଥିବା ବ୍ୟାଙ୍କ ଗୁଡ଼ିକର ତାଲିକାରୁ ରିଜର୍ଭ ବ୍ୟାଙ୍କ ଏକ୍ସିସ ବ୍ୟାଙ୍କକୁ ବାଦ୍ ଦେଇଛି। ଫଳରେ ଦେଶର ଏହି ତୃତୀୟ ବୃହତ୍ ଘରୋଇ ବ୍ୟାଙ୍କକୁ ଆଉ ଏକ ଝଟ୍କା ଲାଗିଛି। ସୋମବାର ରିଜର୍ଭ ବ୍ୟାଙ୍କ ପକ୍ଷରୁ ପ୍ରକାଶ ପାଇଥିବା ତାଲିକାରେ ଏକ୍ସିସ ବ୍ୟାଙ୍କର ନାମ କାହିଁକି ନାହିଁ ସେ ନେଇ କୌଣସି ସ୍ପଷ୍ଟ ସୂଚନା ମିଳିପାରି ନାହିଁ। ରିଜର୍ଭ ବ୍ୟାଙ୍କ ପକ୍ଷରୁ ଏ ନେଇ ତୁରନ୍ତ ମତାମତ ମଧ୍ୟ ହସ୍ତଗତ ହୋଇପାରି ନାହିଁ। ଅନ୍ୟପକ୍ଷରେ ଏକ୍ସିସ ବ୍ୟାଙ୍କର ପ୍ରବକ୍ତା ଏ ନେଇ ମତାମତ ଦେବାକୁ ମନା କରିଛନ୍ତି। ୨୦୧୮-୧୯ ଆର୍ଥିକ ବର୍ଷରେ ରିଜର୍ଭ ବ୍ୟାଙ୍କ ୧୬ଟି ବ୍ୟାଙ୍କକୁ ସୁନା ଓ ରୁପା ଆମଦାନି ଅନୁମତି ପ୍ରଦାନ କରିଛି।
ସୁନା ଆମଦାନି ତାଲିକାରୁ ବାଦ୍ ପଡ଼ିଲା ଏକ୍ସିସ ବ୍ୟାଙ୍କ
/sambad/media/post_attachments/wp-content/uploads/2018/04/gold-scheme.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)