କରୋନା ମୁକାବିଲା ଲାଗି ଆକ୍ସିସ୍ ବ୍ୟାଙ୍କ ଦେବ ୧୦୦ କୋଟି

ନୂଆଦିଲ୍ଲୀ: କରୋନା ମୁକାବିଲା ଲାଗି ଦେଶର ବଡ଼ ବଡ଼ ଶିଳ୍ପପତି ଓ ସଂସ୍ଥାଗୁଡ଼ିକ ସହାୟତାର ହାତ ବଢ଼ାଇଛନ୍ତି। ଆକ୍ସିସ୍ ବ୍ୟାଙ୍କ ତରଫରୁ କରୋନା ମୁକାବିଲା ଲାଗି ୧୦୦ କୋଟି ଟଙ୍କାର ଜରୁରୀକାଳୀନ ପାଣ୍ଠି ଗଠନ କରାଯିବ। ସେହି ପାଣ୍ଠିର ଅର୍ଥକୁ ଭେଣ୍ଡର, ସରକାରୀ ଏଜେନ୍ସି ଓ ସମାଜକୁ ସହାୟତା ଭାବେ ପ୍ରଦାନ କରାଯିବ। ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ତରଫରୁ ମହାରାଷ୍ଟ୍ର ସରକାରଙ୍କ ରିଲିଫ୍‌ ଫାଣ୍ଠିକୁ ୫ କୋଟି ଟଙ୍କା ଦାନ କରାଯାଇଛି। ସ୍ବାସ୍ଥ୍ୟକର୍ମୀମାନଙ୍କୁ ଆବଶ୍ୟକ ମାସ୍କ ଯୋଗାଇବା ଲାଗି ଦିନକୁ ୧ ଲକ୍ଷ ମାସ୍କ ଉତ୍ପାଦନ କରିବାକୁ ନିଷ୍ପତ୍ତି ନେଇଛି। ମୁମ୍ବାଇରେ ଏହା ଏକ ୧୦୦ ଶଯ୍ୟା ବିଶିଷ୍ଟ ହସ୍ପିଟାଲ୍ ନିର୍ମାଣ କରିବ। ପେଟିଏମ୍‌ ମୁଖ୍ୟ ବିଜୟ ଶେଖର ଶର୍ମା ୫ କୋଟି ଦେବେ।

ସମ୍ବନ୍ଧିତ ଖବର