ଭୁବନେଶ୍ୱର : ଭାରତର ଅନ୍ୟତମ ଅଗ୍ରଣୀ ଘରୋଇ ବ୍ୟାଙ୍କ ଆକ୍ସିସ୍ ବ୍ୟାଙ୍କ ଭାରତ ବ୍ୟାଙ୍କିଂ ବ୍ୟବସାୟ ମାଧ୍ୟମରେ ଓଡ଼ିଶାର ଗ୍ରାମୀଣ ଓ ଅର୍ଦ୍ଧ-ସହରାଚଂଳ ଅଂଚଳରେ ଉଲ୍ଲେଖନୀୟ ଅଗ୍ରଗତି କରୁଛି । ସମଗ୍ର ଓଡ଼ିଶାରେ ବ୍ୟାଙ୍କର ୨୧୦ଟି ଶାଖା ରହିଛି ଯାହାର ପ୍ରାୟ ୭୦% ଶାଖା ରୁସୁ ଅଂଚଳରେ ଅବସ୍ଥିତ । ଏହାବ୍ୟତୀତ ରାଜ୍ୟର ଦୁର୍ଗମ ଅଂଚଳରେ ବ୍ୟାଙ୍କିଙ୍ଗ ସେବା ପ୍ରଦାନକୁ ସୁନିଶ୍ଚିତ କରିବା ପାଇଁ ବ୍ୟାଙ୍କ ୩୦୦୦ରୁ ଅଧିକ ଜନ ସେବା କେନ୍ଦ୍ର (ସିଏସସି)–ଗ୍ରାମ୍ୟ ସ୍ତରୀୟ ଉଦ୍ୟୋଗୀ (ଭିଏଲଇ)ଙ୍କୁ ନିୟୋଜିତ କରିଛି ।

Advertisment

ଓଡ଼ିଶାରେ ବ୍ୟାଙ୍କର ସିଏସସି ବିତରଣ ଚଳିତ ବର୍ଷ ୩ ଗୁଣରୁ ଅଧିକି ହାରରେ ବୃଦ୍ଧି ପାଉଛି ଯାହା ଏହାର ସାମଗ୍ରିକ ସିଏସସି ବ୍ୟବସାୟର ସର୍ବଭାରତୀୟ ଅଭିବୃଦ୍ଧି ତୁଳନାରେ ଅଧିକ । ଗତ ୯ ମାସ ମଧ୍ୟରେ ଏହାର ସୁନା ଋଣ (ଗୋଲ୍ଡ ଲୋନ୍ ବୁକ୍) ମଧ୍ୟ ୩୫%ରୁ ଅଧିକ ବୃଦ୍ଧି ଘଟିଛି । ଭାରତ ବ୍ୟାଙ୍କିଂ ଅଧୀନରେ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଗ୍ରହଣ କରାଯାଉଥିବାରୁ ସାରା ରାଜ୍ୟରେ ଉଭୟ ଖୁଚୁରା ଓ ସଂସ୍ଥାଗତ ଉତ୍ପାଦରେ ଅଭିବୃଦ୍ଧି ହାର ସୁଦୃଢ଼ ରହିଛି ।

ଏହି ଅବସରରେ ଆକ୍ସିସ୍ ବ୍ୟାଙ୍କର ଗ୍ରୁପ୍ ଏକ୍ଜିକ୍ୟୁଟିଭ୍ ତଥା ଭାରତ ବ୍ୟାଙ୍କିଙ୍ଗ୍ ମୁଖ୍ୟ ମୁନିସ ଶାରଦା କହିଛନ୍ତି ଯେ, “ଆକ୍ସିସ୍ ବ୍ୟାଙ୍କ ବିଭିନ୍ନ ଉତ୍ପାଦ ଓ ସେବା ମାଧ୍ୟମରେ ରାଜ୍ୟରେ ଆର୍ଥôକ ଅନ୍ତର୍ଭୁକ୍ତୀକରଣକୁ ପ୍ରୋତ୍ସାହିତ କରିବା ପାଇଁ ପ୍ରତିଶ୍ରୁତିବଦ୍ଧ । ବ୍ୟାଙ୍କ ଏହାର ଶାଖାଗୁଡ଼ିକୁ ସୁଦୃଢ଼ କରିବା ଏବଂ ଗୁରୁତ୍ୱପୂର୍ଣ୍ଣ ସହଭାଗିତାକୁ ପୁଞ୍ଜି କରି ଋଣ ଏବଂ ଜମା ବୃଦ୍ଧି କରିବା ପାଇଁ ଅନେକ ପଦକ୍ଷେପ ଗ୍ରହଣ କରିଛି ।