ନୂଆଦିଲ୍ଲୀ: ରାମ ମନ୍ଦିରକୁ ନେଇ ଲାଗିରହିଥିବା ଉତ୍ସାହ ଉତ୍ତରପ୍ରଦେଶର ଅଯୋଧ୍ୟାକୁ ନିବେଶର ହଟ୍ସ୍ପଟ୍ରେ ପରିଣତ କରିଛି। ରିଅଲ ଇଷ୍ଟେଟ୍ଠାରୁ ଆରମ୍ଭ କରି ହୋଟେଲ୍ ଶିଳ୍ପ ପର୍ଯ୍ୟନ୍ତ ବିଭିନ୍ନ କ୍ଷେତ୍ରରେ ବିପୁଳ ନିବେଶ ହେବାକୁ ଯାଉଛି। ଅଯୋଧ୍ୟାରେ ଜମି ଦାମ୍ ୧୦ ଗୁଣା ପାଖାପାଖି ବୃଦ୍ଧି ପାଇଛି। ଆଗାମୀ ଦିନରେ ଦୈନିକ ୩-୪ ଲକ୍ଷ ପର୍ଯ୍ୟଟକ ଅଯୋଧ୍ୟା ଆସିବେ ବୋଲି ଆଶା କରାଯାଉଛି। ସେମାନଙ୍କ ରହଣୀ ଲାଗି ସହରରେ ଅଧିକ ହୋଟେଲ୍ ଖୋଲିବ। ଟାଟା ଗ୍ରୁପ୍ ଅଧୀନରେ ପରିଚାଳିତ ଇଣ୍ଡିଆ ହୋଟେଲ୍ସ ଅଯୋଧ୍ୟାରେ ଭିଭାନ୍ତା ଓ ଜିଞ୍ଜର ବ୍ରାଣ୍ଡ୍ର ଦୁଇଟି ନୂଆ ହୋଟେଲ୍ ଖୋଲିବ। ଓୟୋ ମଧ୍ୟ ଏହାର ହୋଟେଲ୍ ସଂଖ୍ୟା ବଢ଼ାଇବ। ଆଇଟିସି ଓ ରାଡିସନ୍ ଭଳି ବ୍ରାଣ୍ଡ୍ ମଧ୍ୟ ଅଯୋଧ୍ୟାରେ ନିବେଶ କରିବା ଯୋଜନା ରଖିଛନ୍ତି। ଆତିଥେୟତା ଓ ପର୍ଯ୍ୟଟନ କ୍ଷେତ୍ରରେ ଉତ୍ତରପ୍ରଦେଶ ସରକାର ୩୮୦୦ କୋଟି ଟଙ୍କା ନିବେଶ କରିବେ। ବଲିଉଡ୍ ଅଭିନେତା ଅମିତାଭ ବଚ୍ଚନ ଅଯୋଧ୍ୟାରେ ୧୪.୫ କୋଟି ଟଙ୍କାରେ ଏକ ଜମି କିଣିବା ଖବର ପ୍ରଚାର ହେବା ପରେ ସେଠାରେ ଘର ଓ ଜମି କିଣିବା ଲାଗି ସେଲିବ୍ରିଟିମାନେ ଆଗ୍ରହ ପ୍ରକାଶ କରିଛନ୍ତି। ଚାରି ବର୍ଷ ପୂର୍ବେ ଯେଉଁ ଜମିଗୁଡ଼ିକର ବର୍ଗଫୁଟ ପିଛା ଦାମ୍ ୪୦୦ ଟଙ୍କା ଥିଲା ତାହା ଏବେ ୩୦୦୦ ଟଙ୍କାରେ ବିକ୍ରି ହେଉଛି। ରାମ ମନ୍ଦିରଠାରୁ ୧୦ କିଲୋମିଟର ଦୂରତା ଭିତରେ ଥିବା ସ୍ଥାନଗୁଡ଼ିକରେ ଜମିର ବର୍ଗଫୁଟ ପିଛା ଦାମ୍ ୧୮,୦୦୦ ଟଙ୍କା ରହିଛି।
ଅଯୋଧ୍ୟା ଏବେ ନିବେଶ ହଟ୍ସ୍ପଟ୍: ଜମିର ବର୍ଗଫୁଟ ପିଛା ଦାମ୍ ୧୮,୦୦୦ ଟଙ୍କା, ଖୋଲିବ ବହୁ ହୋଟେଲ୍
/sambad/media/post_attachments/wp-content/uploads/2024/01/gjdgjddgjdgjdgj.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)